ଦୁଦୂରକୋଟ କରଣ ସାହି ରେ ଅଷ୍ଟ ପ୍ରହର ନାମ ଯଜ୍ଞ

ଖଜୁରିଆକଟା ୧୦/୦୩/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ଦୁଦୂରକୋଟ କରଣ ସାହି ରେ ଗତ କାଲି ଅଷ୍ଟ ପ୍ରହର ନାମ ଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠତ ହୋଇଯାଇଛି । ଆଠ ତାରିଖ ରେ କଳସ ଯାତ୍ରା ରେ ଗ୍ରାମ ର ଶତାଧିକ ଗ୍ରାମବାସୀ ଯୋଗ ଦେଇ ଥିଲେ ।

ଗ୍ରାମ ର ଗଡ ପୋଖରୀ ରୁ ୧୦୮ ଜଣ ମହିଳା କଳସ ରେ ଜଳ ଆଣି ଏକ ଶୋଭା ଯାତ୍ରା ରେ ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ । କର୍ତ୍ତା ଓ କର୍ତୀ ଭାବେ ଦିଲ୍ଲୀପ ପଟ୍ଟନାୟକ ଓ ଚମ୍ପାବତି ପଟ୍ଟନାୟକ ଦାୟିତ୍ଵ ନିର୍ବାହ କରିଥିଲେ ।

ଶାନ୍ତନୁ ରଥ ପୁରୋହିତ ଭାବେ ପୂଜାର୍ଚ୍ଚନା କରିଥିଲେ । ଆଖ ପାଖ ଅଞ୍ଚଳରୁ ୩୫ ଗୋଟି ନାମ ସଙ୍କୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞ ରେ ଅଂଶ ଗ୍ରହଣ କରିଥିଲେ । ଆଜି ଅଷ୍ଟ ପ୍ରହର କମିଟି ସଭାପତି ଦିବାକର ପଟ୍ଟନାୟକଙ୍କ ନେତୃତ୍ୱ ରେ ସମସ୍ତ ଗ୍ରାମବାସୀ ସହଯୋଗ ରେ ନଗର କୀର୍ତ୍ତନ ସମ୍ପାଦନ ହୋଇଥିଲା ।

Leave a Reply

Your email address will not be published. Required fields are marked *