ଗରଦପୁର,୦୩/୧୦/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତ ବସନ୍ତପୁର ସାଇ ମନ୍ଦିରରେ ବାବା ଙ୍କ ମହାସମାଧି ଦିବସ ପାଳିତ ହୋଇ ଯାଇଛି ।
ପବିତ୍ର ଦଶହରା ଦିନରେ ବାବା ମହାସମାଧି ନେଇଥିଲେ। ଶିରିଡି ରେ ମହାସମାରୋହରେ ଏହି ଦିବସ ପାଳନ କରାଯାଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି। ଏହି ଅବସରରେ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବସନ୍ତପୁରସ୍ଥିତ ସାଇ ମନ୍ଦିରରେ ଏହି ଦିବସ ପାଳନ କରାଯାଇଛି।
ସକାଳେ କାକଟ ଆଳତୀ , ସୂର୍ୟ୍ୟ ପୂଜା , ମହାଅଭିଷେକ, ମଧ୍ୟାହ୍ନ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ରାତ୍ର ଆଳତି ରେ ବାବାଙ୍କୁ ପୂଜା କରାଯାଇଛି। ବିଷ୍ଣୁ ସହସ୍ର ନାମରେ ବାବାଙ୍କୁ ମହାଭିଷେକ କରାଯାଇଥିଲା ।
ଖିର ,ମହୁ, ଆଖୁରସ, ପଇଡ, ଲହୁଣୀ, ଅଗରୁ, ଚନ୍ଦନ ରେ ବାବାଙ୍କୁ ସ୍ନାନ କରାଯାଇ ମହାଭିଷେକ କରାଯାଇଥିଲା । ସ୍ନାନ ପରେ ବାବାଙ୍କୁ ନୂତନ ବାସ୍ତ୍ର ପରିଧାନ କରାଯାଇ ଆଳତୀ ପୂଜା କରାଯାଇ ଥିଲା। ବସନ୍ତପୁରସ୍ଥିତ ସାଇ ମନ୍ଦିରରେ ବାବାଙ୍କୁ ଦର୍ଶନ କରିବା ଏବଂ ବାବା ଙ୍କ ସାନିଧ୍ୟ ଲାଭ ପାଇଁ ଭିଡ ଦେଖିବାକୁ ମିଳିଥିଲା। ଶତାଧିକ ଭକ୍ତଙ୍କ ଭିଡ଼ରେ ବସନ୍ତପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ଼. ରୁଦ୍ର ମହାନ୍ତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
