କଟକ ସଦର ,୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାର୍ବଣ ଋତୁର ଶ୍ରେଷ୍ଠ ପର୍ବ ପାରମ୍ପରିକ ଦଶହରା କଟକ ରେ ମହାସମାରୋହରେ ଅନୁଷ୍ଠିତ ହୋଇ ଆଜି ଶୁକ୍ରବାର ଏକାଦଶୀ ଦିନ କମିଶନରେଟ ପୋଲିସ ର ମାର୍ଗଦର୍ଶିକା ଅନୁଯାୟୀ ମେଲାଣି ଶୋଭାଯାତ୍ରା ଆରମ୍ଭ ହୋଇଛି।

ସମସ୍ତ ଦୂର୍ଗା ଓ ହର ପାର୍ବତୀ ମେଢ଼ ଗୁଡିକ କ୍ରମିକ ନମ୍ବର ଅନୁଯାୟୀ ଦେଵୀ ଗଡାରେ ପହଞ୍ଚିବା ପରେ ସେଠାରେ କାଠଯୋଡି ନଦୀ କୂଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀ ରେ ଵିସର୍ଜିତ ହେବା ଆରମ୍ଭ କରିଛନ୍ତି।
ଏହି ଅବସରରେ ଜନମତ ନିର୍ବିଶେଷରେ ସମସ୍ତ ନେତୃମଣ୍ଡଳୀ, ପୂଜା କମିଟି, ଶାନ୍ତି କମିଟି ର କାର୍ଯ୍ୟକର୍ତ୍ତା ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଜଣାପଡିଛି। ଆର ବରଷକୁ ଅପେକ୍ଷା କରି ଶ୍ରଦ୍ଧାଳୁ ମାନେ ଅଶୃଭିଜା ନୟନରେ ମା’ ଙ୍କୁ ଵିଦାୟ ଦେଉଥିବା ଦେଖିବାକୁ ମିଳିଛି। ସେହିପରି କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ଥ ଵାରଦା ଠାରେ ଦିନରେ ଓ କିଶନନଗର ଠାରେ ରାତିରେ ଭସାଣି ଶାନ୍ତି ଶୃଙ୍ଖଳାର ସହ ସରିଛି।

