ଯାଜପୁର ଜିଲ୍ଲାରେ ଗଡିଲା ସୁଭଦ୍ରା ସଚେତନତା ରଥ

‘ ଘରେଘରେ ସୁଭଦ୍ରା’ ର ଆହ୍ବାନ ସହ ରଥର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ,ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଶା ସରକାର

ଯାଜପୁର ୦୭/୯/୨୦୨୪ (ଓଡ଼ିଶା ସମାଚାର)-ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ମୁଖ୍ୟ ଅତଥିଭାବେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ,ଓଡ଼ିଶା ସରକାର ଶ୍ରୀ ପ୍ରଦୀପ କୁମାର ବଳସାମନ୍ତ ସୁଭଦ୍ରା ଯୋଜନାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ପ୍ରତି ମହିଳାଙ୍କୁ ପଚାଶ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ବାଚନ ଇସ୍ତାହାର ରେ ଦିଆଯାଇଥିଲା । ଆଜି ତାହା ବାସ୍ତବରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ପ୍ରକାଶ କରିଥିଲେ। ସମସ୍ତ ମହିଳା ଏହି ଯୋଜନା ର ସୁଫଳ ପାଇବେ। ଧାନର ଏମ. ଏସ. ପି ବୃଦ୍ଧି କରାଯାଇ ୩୧୦୦ ଟଙ୍କା କରାଯିବ। ଆଗାମୀ ଦିନରେ ଓଡିଶା କୁ ଏକ ବିକଶିତ ରାଜ୍ୟ ଓ ଯାଜପୁର ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରାଯିବ।, ମହିଳା ମାନଙ୍କର ଆର୍ଥିକ ସହାୟତା ସହ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କର ଏହା ଏକ ଅଭିନବ ଯୋଜନା ବୋଲି ମନ୍ତ୍ରୀ କହିଥିଲେ।୫ ବର୍ଷ ପର୍ୟ୍ୟନ୍ତ ପ୍ରତିବର୍ଷ ୧୦ ହଜାର ଲେଖାଏ ଦୁଇଟି କିସ୍ତି ରେ ପ୍ରଦାନ କରାଯିବ । ମହିଳା ମାନଙ୍କ କଲ୍ୟାଣ ଦିଗରେ କାର୍ୟ୍ୟରତ ଏହି ଯୋଜନାକୁ ବ୍ୟାପକ କରିବା ନିମନ୍ତେ ସେ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ।ଏହି ଅବସରରେ ଉପସ୍ଥିତ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡ୍ଡୀସୁଭଦ୍ରା ଯୋଜନା ମହିଳା ମାନଙ୍କୁ ରୋଜଗାରକ୍ଷମ କରି ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ। ଏହି ଅବସରରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେଉରିଆ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବି ଡି ଓ ଯାଜପୁର, ବିଡ଼ିଓ ଦଶରଥପୁର, ତହସିଲଦାର ଯାଜପୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। । ଚଳିତ ମାସ ୧୬ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ସମସ୍ତ ୧୦ ଟି ବ୍ଲକ ଓ ୨ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ୫ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମ ରେ , ଡିପିସି ମିଶନ ଶକ୍ତି, ଡିପିଏମ ଓଏଲ୍ଏମ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ, ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ରଥକୁ ଶୁଭ ଦେଇଥିଲେ।

Leave a Reply

Your email address will not be published. Required fields are marked *