ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ଆଶ୍ରୟ କେନ୍ଦ୍ର ରେ ବିଶ୍ଵ ମହିଳା ଦିବସ ପାଳନ

ରାଉରକେଲା, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ବିଶ୍ଵ ମହିଳା ଦିବସ  ପାଳନ  ରାଉରକେଲା ପାୱାର ହାଉସ ରୋଡ ର ଆଶ୍ରୟ ଭବନ ପାଳିତ ହୋଇଯାଇଅଛି। ଦ ହ୍ୟୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା ଗଣ ଆଶ୍ରୟ ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ମାନଙ୍କ ସହିତ ମିଶି ବିଶ୍ଵ ମହିଳା ଦିବସ ପାଳନ କରିଥିଲେ । ସଂଗଠନ ଦ୍ୱାରା ଆମନ୍ତ୍ରିତ  ସହରର ବୁଦ୍ଧିଜୀବୀ ମହେନ୍ଦ୍ର କୁମାର ଦାସ, ପ୍ରଦୀପ ପଟ୍ଟନାୟକ, ସମାଜସେବୀ ବିକାଶ ଚୌଧୁରୀ, ରାହୁଲ ରାୟ, ଦିଲୀପ ମହାରଣା, ଡାକ୍ତର ପୂଜା ପତି, ଓ ଡାକ୍ତର ଲଲାତେନ୍ଦୁ ଆଚାର୍ଯ୍ୟ , ଦ ହୁମାନିଟି ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ଗ୍ରେସି ଡେଭିଡ , ଏକତା ର ସଭାପତି ବସୁମତୀ ମହାନ୍ତି, ଲେଡି ଲାୟନ ର ସଭାପତି ବନ୍ଦିତା ମାହାତୋ,  ମାଣିକ ର ସଭାପତି କାମିନୀ ମହନ୍ତ , ଅନ୍ୟ ମାନ୍ୟଗଣ୍ୟ ଅତିଥି ଯଥା ଅଞ୍ଜଳି ବିଶ୍ଵାଳ , ସ୍ନେହଲତା ପାତ୍ର, ଶାନ୍ତି ସିଂ , ଗୀତାଞ୍ଜଳି ଆଚାର୍ଯ୍ୟ, ଯାଜ୍ଞସେନୀ ମହାପାତ୍ର, ସାମ୍ବାଦିକା ସସ୍ମିତା ପ୍ରଧାନ, ବିଶ୍ଵଜିତା ମହାପାତ୍ର ଓ ଇନ୍ଦ୍ର ମିସ୍ତ୍ରୀ ଙ୍କୁ ତାଙ୍କର ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

 ଉକ୍ତ କାର୍ଯ୍ୟକ୍ରମ ରେ ଦ ହ୍ୟୁମାନିଟି ଫାଉଣ୍ଡେସନ୍ ର ସଭାପତି ଦୀପ୍ତି ସୁନ୍ଦରାୟ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ, ଗରିମା ପତ୍ରୀ, ରଶ୍ମିତା ବିଶୋଇ , ତାରା କ୍ରିଷ୍ଣାମୂର୍ତ୍ତି, ସୁଷମା ରାଜପୁତ୍, ରୁନୁ ରାଉତ, ସିଂଧା ପୁହାଣ,  ଶାଶ୍ବତୀ  ରାୟ, କମଳିନୀ ମହାପାତ୍ର , କାର୍ତ୍ତିକ ରାଉତ, ବିଭୁ ପଟ୍ଟନାୟକ , ସୁଶିଲ ନାୟକ, ଦେବାଶିଷ କର ଓ  ବିଜୟାନନ୍ଦ ସୁନ୍ଦରାୟ ପ୍ରମୁଖ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଦ ହ୍ୟୁମାନିଟି ଫାଉଣ୍ଡେସନ ର କର୍ମକର୍ତ୍ତା ଏବଂ ଆରଏମସି ର  କର୍ମକର୍ତ୍ତା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *