ଯାଜପୁର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଚନ୍ଦିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନର ଏକ ସ୍ବତନ୍ତ୍ର ଗ୍ରାମସଭା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଅଛି। ଯାଜପୁର ଜିଲ୍ଲାର ୬୮ ଗୋଟି ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଗ୍ରାମ କାର୍ଯ୍ୟ ଯୋଜନା ସ୍ଵତନ୍ତ୍ର ଗ୍ରାମସଭାରେ ପାରିତ ହୋଇଅଛି।
ଏହି ଗ୍ରାମସଭାର ଉଦ୍ଦେଶ୍ୟ ଜନଜାତିୟ ଅଞ୍ଚଳର ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ । ଏହାର ଲକ୍ଷ୍ୟ କେବଳ ଯୋଜନା ପହଞ୍ଚରେ ସୀମିତ ନୁହେଁ ଏହାର ଉଦ୍ଦେଶ୍ୟ ଜନଜାତିୟ ଅଞ୍ଚଳରେ ସରକାରୀ ସେବାକୁ ପହଞ୍ଚାଇବା। ଗ୍ରାମସ୍ତରରେ ଜନମୁଖୀ ପ୍ରଶାସନକୁ ସ୍ଥାପନ କରିବା। ପ୍ରତ୍ୟେକ ପରିବାରକୁ ସରକାରୀ ସୁବିଧା ପହଞ୍ଚାଇବା ଜନଜାତିୟ ଅଞ୍ଚଳରେ ସଚେତନତା ଓ ଆଶାର ପ୍ରେରକ ହେବା ଉଦ୍ଦେଶ୍ୟରେ ଏହି ଗ୍ରାମସଭାର ଆୟୋଜନ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ଅନୁଶାସନ ସଚିବ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ଚାନ୍ଦ ଚନ୍ଦ୍ରୱାଲା, ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଦାନଗଦି ବ୍ଲକ ର ଚନ୍ଦିଆ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ସ୍ଵତନ୍ତ୍ର ଗ୍ରାମସଭାରେ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ। ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦାନଗଦି ଶ୍ରୀ ପ୍ରଦୀପ୍ତ କୁମାର ସେଠୀ, ସରପଞ୍ଚ ଚନ୍ଦିଆ ଗ୍ରାମ ପଞ୍ଚାୟତ ଓ ଲାଇନଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
