ପାଟକୁରା୦୧/୧୦/୨୦୨୫(ଓଡ଼ିଶା ସମାଚାର)- ଗତକାଲି ମଙ୍ଗଳବାର ମହାଅଷ୍ଟମୀରେ ପାଟକୁରା ଅଂଚଳର ଜଗତଜନନୀ ମା ଦୁର୍ଗା ଙ୍କ ବିଭିନ୍ନ ପୂଜାମଣ୍ଡପ ଗୁଡିକ ଚାଳଚଞ୍ଚଳ ହୋଇଉଠିଛି । ମହାଷ୍ଟମୀରେ ମା ଙ୍କ ଦର୍ଶନକଲେ କୋଟି ଜନ୍ମର ପୁର୍ଣ୍ୟ ମିଳିଥାଏବୋଲି ବିଶ୍ୱାସ ଅଛି । ଗତକାଲି ସନ୍ଧ୍ୟାରେ ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମା ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ରଙ୍ଗ ବେରଙ୍ଗ ର ଆଲୋକ ସଜାରେ ବେଶ ଆକର୍ଷଣୀୟ ଦେଖାଯାଉଛି ।

ଅନୁକୂଳ ପାଣିପାଗ ପାଇଁ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭଜନ କୀର୍ତନ, ପାଲା ପରିବେଷଣ ସାଙ୍ଗକୁ ହରିବୋଲ ହୁଳହୁଳି ପରିବେଷକୁ ଅଧିକ ଉତ୍ସାବ ମୁଖରିତ କରୁଛି । ପାଟକୁରାର ବିଚଣା ଗ୍ରାମରେ ଜଗତଜନନୀ ମା ଦୁର୍ଗା ଙ୍କ ପୂଜା ହେଉଛି । ସେହିପରି ପାଟକୁରା, ସିଙ୍ଗିଟିଆ, ଭଦାଳ, ମଦନା, ଗରଦପୁର, କଳାବୁଦା,ବାରେଣୀ, ସମସରା, ତିକନପୁର, ସାନକଳାବୁଦା, ଢ଼ିଅସାହି, ହରିପୁର, କାଉଡିଆବରେଇ, ଭୋଳ ହାଟ , ହୁରାସାହି. କଦମଛନ୍ଦା, କୋଳିପଦା, ବନ୍ତଳା, ତଳକୁସୁମା, ପଳସୁଧା ଆଦି ଗ୍ରାମରେ ଜଗତ୍ ଜନନୀ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି ।
ମହାଷ୍ଟମୀ ରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ପୂଜାମଣ୍ଡପ ନିକଟରେ ପହଂଚି ମା ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତାଙ୍କସହିତ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ ମହାରାଜ, ବିଜେଡି ଯୁବନେତା ତଥା ବିଧାୟକ ଙ୍କ ପ୍ରତିନିଧି କ୍ଷିତୀଶ ଚନ୍ଦ୍ର ଦାସ, ସମିତି ସଭ୍ୟ ଦିଲ୍ଲୀପ ସାହୁ, ରେବତୀ ଶତପଥୀ, ପୂର୍ବତନ ଉପାଧ୍ୟକ୍ଷା ଅହଲ୍ୟା ଲେଙ୍କା,ସମିତି ସଭ୍ୟ ବ୍ରଜକିଶୋର ସାହୁ, ସମିତି ସଭ୍ୟ ରାକେଶ ମହାପାତ୍ର, କମଳଲୋଚନ ସେଠୀ, ସୁଧୀର ସାମଲ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାସୁଦେବ ବେହେରା ଙ୍କ ସମେତ ଅନେକ ନେତ୍ରୁ ମଣ୍ଡଳୀ ସାମିଲ ହୋଇ ମାଙ୍କ ଦର୍ଶନକରିଥିଲେ ।
ଏଥି ସହିତ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟ ସୂଚୀ ଅନୁଯାଇ ପରକଣା ଗ୍ରାମରେ ନିର୍ମିତ ହୋଇଥିବା ଯୁବକ ସଂଘ ଗୃହ କୁ ମଧ୍ୟ ବିଧାୟକ ଅରବିନ୍ଦ ମହାପାତ୍ର ମନ୍ତ୍ରଧ୍ୱନି ମଧ୍ୟରେ ଫିତା କାଟି ଉଦଘାଟନ କରିଥିଲେ । ଏହି ଗୃହ ଟି ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଛଅ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଛି । ଉଦଘାଟନ ସମୟରେ ବିଧାୟକଙ୍କ ପ୍ରତିନିଧି କ୍ଷିତୀଶ ଚନ୍ଦ୍ର ଦାସ,ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଜେଡି ଯୁବନେତା ରାକେଶ ମହାପାତ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ଲେଙ୍କା, ବେଡାରୀ ସମିତି ସଭ୍ୟ ଦିଲ୍ଲୀପ ସାହୁ, ସରପଞ୍ଚ କୁଞ୍ଜଳତା ମିଶ୍ର, ଭବାନୀ ପଣ୍ଡାଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଓ ମୁରବୀ ମାନେ ଉପସ୍ଥିତ ଥିଲେ ।
