ଭୁବନେଶ୍ୱର, ୦୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାରଳା ଦେବୀ ସ୍ମୁତି କମିଟି ଓ ଡା. ଜଗନ୍ନାଥ ଦାସ ସ୍ମୁତି କମିଟିର ମିଳିତ ଆନୁକୁଲ୍ୟରେ ଡା. ଜଗନ୍ନାଥ ଦାସଙ୍କ ପଞ୍ଚଦଶତମ ଶ୍ରାଦ୍ଧ ଦିବସ ଲୋହିଆ ଏକାଡେମୀ ପରିସରରେ ପାଳିତ ହୋଇ ଯାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ପୁର୍ବତନ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବର୍ଗତ ଡା. ଦାସଙ୍କ ପୁତ୍ର ପ୍ରଫେସର ଡ. ରୁଦ୍ର ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସର୍ବୋଦୟ ନେତା କୈଳାସ ଚନ୍ଦ୍ରଙ୍କୁ ଚଳିତ ବର୍ଷ ଜଗନ୍ନାଥ ସମ୍ମାନ ପ୍ରଦାନ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ କଟକ ସ୍ଥିତ ଉତ୍କଳ ସେବା ସମିତିର ସଭାପତି ରମାକାନ୍ତ ନାଥ, ଓଡିଶା ବିଧାନସଭାର ପୂର୍ବତନ ସଚିବ ଦାଶରଥି ଶତପଥୀ, ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଡ. ପ୍ରଦିପ ଚୌଧୁରୀ, ସାରଦା ଦେବୀ ସ୍ମାରକୀ ଟ୍ରଷ୍ଟର ସାଧାରଣ ସମ୍ପାଦକ ଗୁରୁ କଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ଦୁରଦର୍ଶନ ସଞ୍ଚାଳିକା ଅନୁସୂୟା ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ।
