ମୁଖ୍ୟମନ୍ତ୍ରୀ ଙ୍କ କଟକ ପୂଜା ମଣ୍ଡପ ପରିଦର୍ଶନ, ଵର୍ଷା ରେ ଭୁଷୁଡିଲା ତୋରଣ ଓ ତାଜା

କଟକ ସଦର,୦୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ଵ କାର୍ୟ୍ୟସୂଚୀ ଅନୁଯାୟୀ ଆଜି ବୁଧବାର ଦଶହରା ମହାନଵନୀ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ପୂର୍ବାହ୍ନରେ ପ୍ରତାପନଗରୀ ପୂଜା ମଣ୍ଡପ ପରିଦର୍ଶନ କରିଥିବାବେଳେ ୩୧ ଗୋଟି ପୂଜା ମଣ୍ଡପ ଵୁଲି ଅପରାହ୍ନରେ ମର୍କତ ନଗର ସେକ୍ଟର ୭ ରେ ଶେଷ କରି ଫେରି ଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଙ୍କ ଏହି କଟକ ଗସ୍ତ ଓ ପୂଜା ମଣ୍ଡପ ପରିଦର୍ଶନ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଙ୍କ ଉକ୍ତ କାର୍ୟ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଚୌଦ୍ୱାର-କଟକ ବିଜେପି ନେତା ନୟନ କିଶୋର ମହାନ୍ତି, ବାରବାଟି -କଟକ ବିଜେପି ନେତା ଲଲାଟେନ୍ଦୁ ଵଡୁ ଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଓ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଡିସିପି ଖିଲାରି ରିଷିକେଶ ପ୍ରମୁଖ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ କଟକ ରେ ଥିବା ବେଳେ ଲଘୁଚାପ ବର୍ଷାରେ କଲେଜ ଛକ ଲାଇଟ୍ ଗେଟ୍ ଟି ଭୁଷୁଡି ପଡ଼ିବା ଯୋଗୁ କଲେଜ ଛକ- ରାଣୀହାଟ ରାସ୍ତାରେ ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ସେହିପରି ରାଜାଵଗିଚା ସର୍ବୋଦୟପୁର ପୂଜା ମଣ୍ଡପରେ ନବମୀ ପୂଜା ଚାଲିଥିଲା ବେଳେ ତାଜା ଭାଙ୍ଗି ପଡିଵାରୁ ତିନିଜଣ ଲୋକ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଥିବା ଜଣାପଡିଛି। ହାଇକୋର୍ଟ ଙ୍କ ସୁରକ୍ଷିତ ଦଶହରା ପାଳନ ଉପରେ ଜିଲ୍ଲା ପ୍ରଶାସନ କୁ ଦେଇଥିବା ନିର୍ଦ୍ଦେଶନାମା ବାସ୍ତବରେ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *