କଟକ ସଦର, ୧୭/୦୫/୨୦୨୬ (ଓଡ଼ିଶା ସମାଚାର / ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସ ମୈ।ଜା କଳପଡା ପଞ୍ଚାୟତ ସରପଂଚ ସବିତା ମାଝୀ ଙ୍କ ସ୍ୱାମୀ ବିଜେପି ନେତା,ଵହଳପଡା ସ୍କୁଲର ଶିକ୍ଷକ ଅରକ୍ଷିତ ମାଝୀ (୫୮) ଙ୍କର ବ୍ରେନ୍ ଷ୍ଟ୍ରୋକରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି।
ସେହିପରି ଅରିଲୋ ପଞ୍ଚାୟତ ଵସ୍ତପଡା ଗ୍ରାମର ଜଣାଶୁଣା ବିଜେପି ନେତା ନାରାୟଣ ମଲ୍ଲିକ (କାଳିଆ ୬୨) ଙ୍କର ମଧ୍ୟ ବ୍ରେନ୍ ଷ୍ଟ୍ରୋକରେ ପରଲୋକ ଘଟିଥିବା ଜଣାପଡିଛି। ଉଭୟ ପରୋପକାରୀ,ଅମାୟିକ, ସମାଜସେବୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉଭୟଙ୍କ ମୃତ୍ୟୁରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
