ନରସିଂହପୁର, ୨୯/୦୯/୨୦୨୫ (ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ଜିଲା ନୂଆପଡ଼ା ଗାଁରେ ଫୁଟିଲା ଗୁଳି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣକ ଗୁରୁତର ଆହତ ହୋଇ ମାଣିଆବନ୍ଧ ମେଡିକାଳରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଆହତ ଯୁବକଙ୍କ କାନ୍ଧ, ହାତ ଏବଂ ଆଙ୍ଗୁଠିରେ ଗୁଳି ବାଜିଛି। ଖବର ପାଇ ବଡ଼ମ୍ବା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛି।
