୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ

ଜଗତସିଂହପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଆନୁକୁଲ୍ୟରେ ଗନେଇଲୋ ସରକାରୀ ଉଚ୍ଚ ବିଦ୍ୟାଳରେ ୭୫ତମ ବନ ମହୋତ୍ସବ ପାଳନ ହେବା ସହ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ, ପରିବାର ଅଦାଲତ ଜଜ ଶ୍ରୀ ଭଗବାନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ ଅଜୟ କୁମାର ମହାନ୍ତି, ଶ୍ରୀ ହର ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି, ଉପସଭାପତି ଶ୍ରୀ ସରୋଜ କୁମାର ବିଶ୍ଵାଳ, ସମ୍ପାଦକ ଶ୍ରୀ ନରେଶ ଦାସ, କାର୍ୟ୍ୟକାରି ସଦସ୍ୟ ପ୍ରକାଶ ଚନ୍ଦ୍ର ରାୟ, ଆଇନଜୀବୀ ଜୀବନ ବଲ୍ଲଭ ମହାନ୍ତି, ଦେବାଶିଷ ଚୌଧୁରୀ, ଶୁଭଜ୍ୟୋତି ମହାନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ନୀଳିମା ପଣ୍ଡା, ଭାରପ୍ରାପ୍ତ ପ୍ରାଧିକରଣ ସଚିବ ଶ୍ରୀମତୀ ବିଶ୍ଵକଳ୍ପିତା ମହାନ୍ତି, ବନପାଳ ଶ୍ରୀ ପୀତବାସ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭରତ ଚନ୍ଦ୍ର ସାହୁ, ପାରା ଲିଗାଲ ସ୍ଵେଛାସେବି କ୍ଷୀରୋଦ କୁମାର ଦାଶ, ସତ୍ୟବ୍ରତ ତ୍ରିପାଠୀ, ମନୋଜ ସ୍ଵାଇଁ, ଶୁଭଲକ୍ଷ୍ମୀ ନାୟକ ଏବଂ ଅନ୍ୟାନ୍ୟ ବିଚାରପତି, ଆଇନଜୀବୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ଅତିଥିମାନେ ବିଦ୍ୟାଳୟ ପରିସର ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି । ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ବିନା ଜଗତ ତିଷ୍ଠି ରହିବା ଅସମ୍ଭବ । ଏଥିପାଇଁ ଭାରତ ସରକାର ୧୯୫୦ ମସିହାରୁ ପ୍ରତି ବର୍ଷ ବନ ମହୋତ୍ସବ ପାଳନ ହେଇଆସୁଥିବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରତିହାରୀ ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଓକିଲ ସଂଘ ସଭାପତି ରବୀନ୍ଦ୍ରନାଥ ମହାନ୍ତି ବନ ମହୋତ୍ସବର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବୃକ୍ଷ ଆମକୁ ଖାଦ୍ୟ, ଜାଳେଣୀ, ଅସବାସପତ୍ର ଓ ଗୃହପୋକରଣ ଯୋଗଉଛି । ବୃକ୍ଷକୁ ସୁରକ୍ଷା ଶଖିବା ଆମର କର୍ତବ୍ୟ । ବଜ୍ରପାତ ରୋକିବାରେ ତାଳ ଗଛର ଭୂମିକା ଅତୁଳନୀୟ । ତାଳ ଗଛ ରୋପଣ ନିମନ୍ତେ ଓକିଲ ସଂଘ ସଭାପତି ଶ୍ରୀ ମହାନ୍ତି ଗୁରୁତ୍ଵାରୋପ କରିଥିଲେ । ସର୍ବ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *