କଟକ ସଦର,୨୯/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ କଟକ ର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ନହୋଇ ମହାନଦୀ ପଠା ତଳ ପଡ଼ିଆରେ ହେଵ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇ ଆସୁଥିଲା। ଉପର ପଡ଼ିଆରେ କେବଳ ଭିଆଇପି ଓ ଭିଭିଆଇପି ଙ୍କ ଗାଡ଼ି ପାର୍କିଂ ପାଇଁ ରଖାଯାଇଛି ବୋଲି ଅଭିଯୋଗ କରି କଟକ ର ବିଭିନ୍ନ ଅନୁଷ୍ଠାନ ସହିତ ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ଏହାର ପୁନଃର୍ଵିଚାର ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ।
ଏପରି କି ଏଥିପାଇଁ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋମବାର ଦିନ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଉପର ପଡ଼ିଆରେ ବାଲିଯାତ୍ରା ହେବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଆସନ୍ତା ୯ ତାରିଖ ରେ ହାଇକୋର୍ଟ ରେ ଉକ୍ତ ମାମଲାର ଶୁଣାଣି ଥିବାରୁ ସେହିଦିନ ଜିଲ୍ଲା ପ୍ରଶାସନ ଆଜିର ଏହି ନିଷ୍ପତ୍ତି କୁ ଜଣାଇଦେଵେ ବୋଲି ଜଣାପଡିଛି। ଶେଷରେ କଟକିଆ ଙ୍କ ଭାବାବେଗ ର ବିଜୟ ହେଲା ବୋଲି ଚର୍ଚ୍ଚା ଜୋର ଧରିଛି।
