ବ୍ଲକ୍ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ ଧାରଣା ଷଷ୍ଠ ଦିନରେ

ଲକ୍ଷ୍ମୀପୁର,୨୭/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସ୍ଥାୟୀ ଦରମା ଦାବି କରି ଦେଇଥିବା ଧାରଣା ଆଜି ଷଷ୍ଠ ଦିନରେ ପହଁଚିଛି। ବ୍ଲକ୍ ର ୧୩ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଶତାଧିକ କମୁ୍ୟୁନିଟି ସପୋର୍ଟ ଷ୍ଟାଫ ଧାରଣାରେ ଯୋଗ ଦେଇ ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଦାବି କରି ବିଭିନ୍ନ ନାରାବାଜି କରୁଥିବା ଦେଖିବାକୁ ମିଳିଛି।

ଖରା ଓ ବର୍ଷାକୁ ଖାତିର ନକରି କିଛି ମହିଳା ଓଏଲମ କାର୍ଯ୍ୟାଳୟ ସମ୍ମୁଖରେ ନିଜର କୁନି କୁନି ପିଲା ଛୁଆଙ୍କୁ ଧରି ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ବସି ରହୁଛନ୍ତି। ସନ୍ଧ୍ୟା ହେଲେ ନିଜ ନିଜ ଘରକୁ ଯାଇ ପୁଣି ସକାଳ ହେବା କ୍ଷଣି ଧାରଣାରେ ବସି ରହୁଥିବା ନଜରକୁ ଆସିଛି।ପୂର୍ବରୁ ସେମାନଙ୍କୁ ଯେଉଁ ଆଧାରରେ ଦରମା ଦିଆଯାଉଥିଲା ଏବେ ସେପରି ଦିଆଯାଉନାହିଁ।

ଗତ ୬ ମାସ ହେଲା ସେମାନଙ୍କୁ ସ୍ଥାୟୀ ଦରମା ନମିଳୁଥିବାରୁ ବାରମ୍ବାର ବିଭାଗିୟ ପ୍ରଶାସକଙ୍କୁ ଜଣାଇଲେ ମଧ୍ୟ ଏହାର ସ୍ଥାୟି ସମାଧାନ କରାଗଲା ନାହିଁ। ତେଣୁ ସଂଘର ନିଷ୍ପତି କ୍ରମେ ଧାରଣା ଦେବାକୁ ଆମେ ବାଧ୍ୟ ହେଲୁ। ଦାବି ପୂରଣ ନହେବା ଯାଏଁ ପ୍ରତି ଦିନ ସକାଳୁ ସନ୍ଧ୍ୟା ଯାଏଁ ଏଠି ଧାରଣା ଦେଉଥିବୁ ବୋଲି ମହିଳା ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *