ପ୍ରଧାନ ମନ୍ତ୍ରୀଙ୍କ ସେବା ପକ୍ଷରେ,ପାଟକୁରା ଭାଜପାର ରକ୍ତଦାନ ଶିବିର

ଭାଜପା କର୍ମୀ ମାନେ ୧୭୨ ୟୁନିଟ ରକ୍ତ ଦାନ କଲେ
ପାଟକୁରା,୨୭/୦୯/୨୦୨୫ (ଓଡିଶା ସମାଚାର ) – ଆଜି ଶନିବାର ଗରଦପୁର ବ୍ଳକ ଅଧୀନ କୋରୁଆ ନୋଡାଲ ଆଇଟିଆଇ ପରିସରରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ପାଟକୁରା ଭାଜପା ପକ୍ଷରୁ ଆୟୋଜିତ ଏହି ଶିବିରରେ ୧୭୨ ୟୁନିଟ ରକ୍ତ ସଂଗୃହିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ପନ୍ଦର ଦିନକୁ ଭାରତ ସରକାର ସେବା ପକ୍ଷ ଭାବେ ସମଗ୍ର ଭାରତ ବର୍ଷରେ ପାଳନ କରୁଛନ୍ତି ।

ଏଥିପାଇଁ ସୁସ୍ଥ ନାରୀ ସଶକ୍ତ ପରିବାର ଭଳି ଅନେକ ଜନହିତକାରୀ ଯୋଜନା କାର୍ୟ୍ୟକାରୀ କରାଯାଉଛି । ଏହି କାର୍ୟ୍ୟକ୍ରମରେ ଭାଜପା ମଧ୍ୟ ସାମିଲ ହୋଇ ଏହାକୁ ଆଗେଇ ନେବା ପାଇଁଧର୍ୟ୍ୟ ଲକ୍ଷ୍ୟ ରଖିଛନ୍ତି । ଏତତ ବ୍ୟତୀତ ଆଜି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଅସି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି । ଏଣୁ ଆଜି ଦିନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିନର ପକ୍ଷ ମଧ୍ୟରେ ରକ୍ତଦାନ କାର୍ୟ୍ୟକ୍ରମ ପାଟକୁରା ଭାଜପା ପକ୍ଷରୁ ରଖାଯାଇଛି ।

ରାଜ୍ୟ ଭାଜପା ମୁଖପାତ୍ର ତଥା ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଓ ଦଳର ଛାମୁଆ କର୍ମୀଙ୍କ ସହଯୋଗରେ ଶୁଭେଛୁ ମାନେ ପ୍ରବଳ ବର୍ଷା ସତ୍ୱେ ରକ୍ତ ଦାନ ଶିବିରକୁ ଆସି ରକ୍ତ ଦାନ କରିଥିଲେ । କାର୍ୟ୍ୟକ୍ରମରେ ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ବିଜୟ ନାୟକ, କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ,ମଣ୍ଡଳ ସଭାପତି ସନ୍ତୋଷ ରାଉତରାୟ, ମଣ୍ଡଳ ସଭାପତି ମୃତୁଞ୍ଜୟ ଲେଙ୍କା,ସରପଞ୍ଚ ଅମୀୟ କୁମାର ଜେନା,ରଶ୍ମିରଂଜନ ସ୍ୱାଇଁ,ମାନସ ରାଉତ, ଉମେଶ ମହାରଣା,ଚିତ୍ତରଞ୍ଜନ ସେଠୀ, ଗିରିଶ ଜେନା, ନୀଳାମ୍ବର ପରିଡା, ଗଙ୍ଗାଧର ସେଠୀ,ଶିବବ୍ରତ ମହାପାତ୍ର,ଶାନ୍ତିଲତା ପଟନାୟକ,ଅତିଶ ସାମନ୍ତ ନାୟକ,ରଞ୍ଜନ ସେଠୀ, ଗୁରୁଚରଣ ଜେନା, ଗୁଣନିଧି ଦାଶ, ବିଜ୍ଞାନ ରତ୍ନ ସୁତାର,ନୟନ ବଲ୍ଲଭ ନାୟକଙ୍କ ସମେତ ଅନେକ ସକ୍ରିୟ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । କୋରୁଆ ନୋଡାଲ ଆଇ ଟି ଆଇ ର ସମସ୍ତ କର୍ମକର୍ତ୍ତା ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *