ଜଗତସିଂହପୁର ୨୭/୦୯/୨୦୨୫(ଓଡ଼ିଶା ସମାଚାର)- ଏତତ୍ ଦ୍ବାରା ଜଣାଇ ଦିଆଯାଉଛି ଯେ, ବିଜ୍ଞାପନ ପତ୍ର ସଂଖ୍ୟା-୫୮/ଗୃହରକ୍ଷୀ ତା . ୨୧.୦୩. ୨୦୨୫ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଖାଲିଥିବା ୯୯ ଗୃହରକ୍ଷୀ ପଦବୀ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଗୃହରକ୍ଷୀ ବାହିନୀ, ଓଡିଶା, କଟକ ଙ୍କ ଚିଠି ସଂଖ୍ୟା-୩୭୯୪ / ଗୃହରକ୍ଷୀ ତା . ୧୦.୦୯.୨୫ ରିଖ ଅନୁଯାୟୀ ଅଧିକ ୧୩ ଗୃହରକ୍ଷୀ ପଦବୀ ବୃଦ୍ଧି କରାଗଲା ଏବଂ ତଦନୁସାରେ ୧୧୨ ଖାଲି ପଦବୀ ପାଇଁ ପୁନଶ୍ଚ ବିଜ୍ଞାପନ ପ୍ରକାଶ କରାଯାଉଅଛି ।
ଏତତ୍ ଦ୍ବାରା ସମସ୍ତ ଆବେଦନକାରୀଙ୍କୁ ଜଣାଇ ଦିଆଯାଉଅଛି କି, ଜଗତସିଂହପୁର ଜିଲ୍ଲାରେ ମୋଟ୍ ୧୧୨ ଗୃହରକ୍ଷୀ ପଦବୀ ନିମନ୍ତେ ଚୟନ ପ୍ରକ୍ରିୟା ର ଲିଖିତ ପରୀକ୍ଷା ର ତାରିଖ ଓ ସ୍ଥାନ ଆବେଦନକାରୀ ଙ୍କୁ ଜଣାଇ ଦିଆଯିବ । ଆଗରୁ ଆବେଦନ କରିଥିବା ପ୍ରାର୍ଥୀମାନେ ପୁନଶ୍ଚ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି, ସେମାନଙ୍କୁ ଆବେଦନ କରିବାର ସମୟ ଜଣାଇ ଦିଆଯିବ ।
ବୈଧ ହୋଇଥିବା ଆବେଦନ ପତ୍ର ଗୁଡିକ ର ଆବେଦନକାରୀ ଙ୍କୁ ପରୀକ୍ଷାକେନ୍ଦ୍ର ରେ ପ୍ରବେଶ କରିବା ପାଇଁ ପ୍ରବେଶ ପତ୍ର (ଆଡିମିଟ କାର୍ଡ) ସମ୍ପୃକ୍ତ ପ୍ରାର୍ଥୀମାନଙ୍କର ନିଜର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଉପଲବ୍ଧ କରାଇ ଦିଆଯିବ । ଅବୈଧ ହୋଇଥିବା ଆବେଦନ ପତ୍ର ଗୁଡିକ ର ତାଲିକା ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ, ଜଗତସିଂହପୁର ର ସୂଚନା ଫଳକ ଏବଂ କାନ୍ଥ ରେ ପ୍ରକାଶ କରାଯିବ ।
