କଟକ,୨୦/୦୮/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଭୟରପୁର ଜଗତପୁର ଠାରେ ପୂର୍ଵତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗୀୟ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିନ ପାଳନ କରାଯାଇଅଛି। ଭାରତକୁ ଏକ ଉନ୍ନତ ଓ ପ୍ରଯୁକ୍ତିବିଦ୍ୟା ଦେଶଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିବା ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତିରେ ୧୯୯୨ ମସିହାରୁ ତାଙ୍କ ଜନ୍ମଦିନକୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି।
ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଲା ଜାତୀୟ ସଂହତି, ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ଓ ସାମାଜିକ ବନ୍ଧନକୁ ପ୍ରୋତ୍ସାହିତ କରିବା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ଅଂଶ ଗ୍ରହଣ କରିଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ପୂର୍ବତନ ଉପ ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ରାଉତରାୟ, ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ବାରିକ, କଟକ ଜିଲ୍ଲା କଂଗ୍ରେସ କମିଟି ଅନୁସୂଚିତ ବିଭାଗ ଅଧକ୍ଷ ପ୍ରତାପ ମଲ୍ଲିକ,ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀମତୀ ନଳିନୀ ଉଦଗାତା,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଜେଠୀ, ବିପନ ପଶାୟତ,ଜିଲ୍ଲା ସମ୍ପାଦିକା ପ୍ରତିଭା ମଲ୍ଲିକ,କଂଗ୍ରେସ ନେତା ଅମ୍ବିକା ଚରଣ ଉଦଗାତା ,ଶରତ ସ୍ୱାଇଁ, ତୋଫାନ ମଲ୍ଲିକ, ଦେବେନ୍ଦ୍ର କୁମାର ବେହେରା,ଶରତ ସାହୁ,ରାହୁଲ ଦେହୁରୀ,ଜଗବନ୍ଧୁ ରାଉତ,ପୁନମ ଦାସ,ବିରଞ୍ଚି ନାୟକ,ଅର୍ଚ୍ଚନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
