ରାଜ୍ୟରେ ସ୍ଥାପନ ହେବ ୭୫ ବରପୁତ୍ରଙ୍କ ପ୍ରତିମୂର୍ତି

ଭୁବନେଶ୍ୱର,୨୬/୦୯/୨୦୨୫(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତିି ନିଆଯାଇଛି ।

ପୁରୀ ଜିଲାରେ ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ, ଖୋର୍ଦ୍ଧା ଜିଲାରେ ସ୍ୱର୍ଗତ ବିଶ୍ୱନାଥ ଦାସ, କବି ସଚ୍ଚିଦାନନ୍ଦ ରାଉତରାୟ, କବି କୁନ୍ତଳା କୁମାରୀ ସାବତ, ବୀର ସୁରେନ୍ଦ୍ର ସାଏ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, ବୀର ସିଡୋ ମୁର୍ମୁ ଓ କାହ୍ନୁ ମୁର୍ମୁ, ରବି ରାୟ, ବିନାୟକ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ରାଧାନାଥ ରଥ, ଲାଲ ବାହାଦୁର ଶାସ୍ତ୍ରୀ, ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ, ପିଣ୍ଡିକି ବାହୁବଳେନ୍ଦ୍ର, ଧରଣୀଧର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ବାଲେଶ୍ୱର ଜିଲାରେ କବିବର ରାଧାନାଥ ରାୟ, ମୁକୁନ୍ଦ ପ୍ରସାଦ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଧାନାଥ ରାୟ, ଖୁଦିରାମ ବୋଷ, ଜଗତସିଂହପୁର ଜିଲାରେ ଜାତୀୟ କବି ବୀର କିଶୋର ଦାସ, ଶାରଳା ଦାସ,

ଅଟଳ ବିହାରୀ ବାଜପେୟୀ, ମହେଶ ଚନ୍ଦ୍ର ସୁବାହୁସିଂହ, ନୟାଗଡ଼ ଜିଲାରେ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ପଠାଣି ସାମନ୍ତ, କଟକ ଜିଲାରେ ଭୈରବ ମହାନ୍ତି, ସରଳା ଦେବୀ, ରାଣୀ ସୁକଦେବୀ, କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ, ନୀଳମଣି ବିଦ୍ୟାରତ୍ନ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଗଙ୍ଗାଧର ମେହେର, ବରଗଡ଼ ଜିଲାରେ କୁଞ୍ଜ ବିହାରୀ ଦାସ, ଗଙ୍ଗାଧର ମେହେର, ମନହୋର ସିଂହ, ଅନୁଗୋଳ ଜିଲାରେ ବି.ଆର ଆମ୍ବେଦକର, ନବକୃଷ୍ଣ ଚୌଧୁରୀ, ଢେଙ୍କାନାଳ ଜିଲାରେ ସାରଙ୍ଗଧର ଦାସ, ବାଜି ରାଉତ, ଭଦ୍ରକ ଜିଲାରେ ବିପ୍ଳବୀ ଚକ୍ରଧର ବେହେରା, ସହିଦ ନିରଞ୍ଜନ ବେହେରା, ସ୍ୱାମୀ ବିବେକାନନ୍ଦ, ଭଦ୍ରକ ଜିଲା ଧୁଷୁରୀରେ ଅଟଳ ବିହାରୀ ବାଜପେୟୀ, ବାନ୍ଛାନିଧି ମହାନ୍ତି, ମୁରଲୀଧର ପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର, ଚାନ୍ଦବାଲିରେ ଅଟଳବିହାରୀ ବାଜପେୟୀ ବଲାଙ୍ଗୀର ଜିଲାରେ ଡ଼. ହରେକୃଷ୍ଣ ମହତାବ, ଗଙ୍ଗାଧର ମେହେର,

ଗଞ୍ଜାମ ଜିଲାରେ ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଧରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ ସମ୍ବଲପୁର ଜିଲାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ଛବିଳ ସାଏ, ଚନ୍ଦ୍ରଶେଖର ଆଜାଦ, କେନ୍ଦ୍ରାପଡ଼ା ଜିଲାରେ ମଧୁସୂଦନ ଦାସ, ମୟୂରଭଞ୍ଜ ଜିଲାରେ ପଣ୍ଡିତ ରଘୁନାଥ ମୁର୍ମୁ, ଦିନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀ କୋରାପୁଟ ଜିଲାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ, କଳାହାଣ୍ଡି ଜିଲାରେ ରେଣ୍ଡୋ ମାଝୀ, କେନ୍ଦୁଝର ଜିଲାରେ ରମାଦେବୀ, ସୋନପୁର ଜିଲାରେ ଭୀମ ଭୋଇ ଓ ରାୟଗଡ଼ା ଜିଲାରେ ସହିଦ ଲକ୍ଷବଚ୍ଚ ନାଏକ ଆଦି ବରପୁତ୍ରଙ୍କ ନୂତନ ପ୍ରତିମୂର୍ତି ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ପ୍ରତିମୂର୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତି ନିଆଯାଇଛି । ଏଥିସହ ଏହି ସମସ୍ତ କାର୍ଯ୍ୟ ଆସନ୍ତା ବର୍ଷ ଶେଷ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *