ଭୁବନ,୦୮/୦୧/୨୦୨୬(ଓଡ଼ିଶା ସମାଚାର)-ଓଡ଼ିଶା ଯାତ୍ରା ଜଗତ ର ଦୁର୍ଦ୍ଦାନ୍ତ ଖଳନାୟକ ସ୍ବର୍ଗତ ଜ୍ଞାନ ରଞ୍ଜନ ସାହୁ ଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ପୂର୍ବତନ ସାଂସଦ ମହେଶ ସାହୁ । ପରେ ୫ ନମ୍ବର ୱାର୍ଡ ବାସିନ୍ଦା ଅବସରପ୍ରାପ୍ତ ବନପାଳ ସ୍ବର୍ଗତ ବସନ୍ତ କୁମାର ସାହୁ ଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସାହୁ ଙ୍କ ଏକାଦଶ କ୍ରିୟା ରେ ଯୋଗଦେଇଥିଲେ ।ପୂର୍ବତନ ସାଂସଦ ମହେଶ ଙ୍କ ସହ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
ଯାତ୍ରା ଖଳନାୟକ ଙ୍କ ପରିବାର ବର୍ଗଙ୍କୁ ଭେଟିଲେ ମହେଶ
