ସାଲେପୁର,୦୭/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ପ୍ରେମ ପାଇଁ ଜୀବନ ହାରିଲେ ଯୁବକ ଯୁବତୀ | ଯୁବତୀ ଜଣକ ନର୍ସ ଭାବେ ସାଲେପୁର ରାଇସୁଙ୍ଗଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ସେ ମାହାଙ୍ଗା ଥାନା ଖନ୍ଦୋଳ ଗ୍ରାମରେ ଘରଭଡା ନେଇ ରହୁଥିଲେ । ଆଜି ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କବାଟ ଖୋଲିବାରୁ ନର୍ସ ଓ ଜଣେ ଯୁବକଙ୍କ ଯୁଗଳ ମୃତଦେହ ଫ୍ୟାନ ହୁକରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ପୋଲିସ ଉଭୟ ଶବକୁ ଜବତ କରି ତଦନ୍ତ କରୁଛି ।ଯୁବତୀ ଙ୍କ ନାଁ ଚିନ୍ମୟୀ ଭୋଇ ଓ ତାଙ୍କ ଘର ସାଲେପୁର ମାଛୁଆତି ରେ ବୋଲି ଜଣାପଡିଛି । ମୃତ ଯୁବକଙ୍କ ଘର ସାଲେପୁର ର ସୌରୀ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାମ ଦେବେନ୍ଦ୍ର ମୁଣ୍ଡା ବୋଲି ଜଣାପଡିଛି । ଉଭୟ ଯୁବକ ଯୁବତୀ ଙ୍କ ମଧ୍ୟରେ ପୂର୍ବରୁ ପ୍ରମ ସମ୍ପର୍କ ରହିଥିବା କୁହାଯାଉଛି । ଘଟଣା ଟି ଚର୍ଚ୍ଚା ର ବିଷୟ ହୋଇଛି ।