କଟକ, ୧୪/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ କଟକ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୪୨ ମୈ।ଜା ସ୍ଥିତ ବେଣ୍ଟକାର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପ୍ରଦୀପ୍ତ କୁମାର ଦାସ ଯୋଗ ଦେଇ ବାବା ସାହେବ୍ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଅର୍ପଣ କରିବା ସହିତ ବାବା ସାହେବ୍ ଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।
ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ କଟକ ସଦର କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ, ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ବିପିନ ବିହାରୀ ପଶାୟତ, ଉଗ୍ରସେନ ଭୂୟାଁ, ଦୁର୍ଗା ଶଙ୍କର ଦାଶ, ମଧୁସୂଦନ ସେନାପତି, ରବିନ୍ଦ୍ରନାଥ ଦାସ, ମିହିର ଦାସ, ଜୟନାରାୟଣ ତ୍ରିପାଠୀ, ନିର୍ମଳ ସ୍ବାଇଁ, ରଜନୀକାନ୍ତ ବସ୍ତିଆ, ନିରଞ୍ଜନ ଲେଙ୍କା,ନାଜମେର ହୁସେନ ଖାନ୍,ପ୍ରଦିପ କୁମାର ସାହୁ, ଦିଲିପ୍ କୁମାର ମହାନ୍ତି,ଆଲୋକ କୁମାର ଜେନା, ତ୍ରିଲୋଚନ ପଟ୍ଟନାୟକ, ତ୍ରିଲୋଚନ ଭୋଇ,ସବିର ମହମ୍ମଦ ,ଋଷି କାଣ୍ଡି,ଅଜୟ କୁମାର ମଲ୍ଲିକ, ଦିଲିପ୍ କୁମାର ବାରିକ, ମହେଶ୍ୱର ମହନ୍ତ,ତାହିର ବେଗ,ଜାହିଦ ଖାଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଦୁର୍ଗା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
