କଟକ ସଦର,୧୯/୦୪/୨୬(ଓଡିଶା ସମାଚାର/ବିଷ୍ଣୁ ବେହେରା): ଆସନ୍ତା କାଲି ସୋମବାର ପବିତ୍ର ଅକ୍ଷୟ ତୃତୀୟା ଦିବସରେ କଟକ ସଦର ଅନ୍ତର୍ଗତ କମିଶନରେଟ ସିଆରଆରଆଇ ଥାନା ଅଧିନସ୍ଥ ଗତିରାଉତ ପାଟଣା ଠାରେ ନୂତନ ରାମ ମନ୍ଦିର ଓ ରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କଟକ ସଦର ବିଜେପି ପକ୍ଷରୁ ଉତ୍ସସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରସ୍ତୁତି ବୈଠକରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ରାଜ୍ୟ ସ୍ତରୀୟ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ବିଦ୍ୟାଧରପୁର ଆନ୍ତର୍ଜାତିୟ ଧାନ ଗବେଷଣା କେନ୍ଦ୍ରକୁ ମଧ୍ୟ ଆସିବା ଜଣାପଡିଛି।
