ବେଆଇନ ବାଣ କରଖନା ଉପରେ ଚଢ଼ାଉ

କଟକ, ୨୪/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- ବେଆଇନ୍ ବାଣ ତିଆରି କାରଖାନାରେ  ପୋଲିସର ଚଢ଼ାଉ କରିଛି।  କଟକ ସଦର ଥାନା ଅଞ୍ଚଳରେ ପୋଲିସର ଅଚାନକ ଚଢ଼ାଉ। ଜୋନ ଏସିପି ଶଶିକାନ୍ତ ରାଉତଙ୍କ ନେତୃତ୍ୱରେ ଭାଣପୁର ଅଞ୍ଚଳରେ ଜୋରଦାର ଚଢ଼ାଉ କରାଯାଇଛି।

ଏସିପିଙ୍କ ସମେତ ସଦର ଥାନା ଅଧିକାରୀ ଚଢ଼ାଉରେ ସାମିଲ ଅଛନ୍ତି। ଗୋଟିଏ ଘରେ ବାଣ ତିଆରି ହେଉଥିବା ବେଳେ ଅନ୍ୟ ଘରେ ବାଣ ଗଚ୍ଛିତ ରଖାଯାଇଥିଲା। ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି।ଏହି ଘଟଣା ରେ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।ସୂଚନା ଅନୁଯାଇ ଆଗକୁ ଦୀପାବଳୀ ଆସୁଥିବା ରୁ ବିଭିନ୍ନ ସ୍ଥାନରେ ଏପରି ବେଆଇନ ବାଣ ପ୍ରସ୍ତୁତି ସକ୍ରିୟ ରହିଛି ।

Leave a Reply

Your email address will not be published. Required fields are marked *