ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଯାପିତ

ଭୁବନ,୨୪/୦୯/୨୦୨୫(ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡ଼ ନମିତା ଦାସ କହିଥିଲେ ଯେ ସେବା ର ଅନ୍ୟନାମ ହେଉଛି ବାସେ ।

ତେଣୁ ଯେତେ ସେବା କରିବ ସେତେ ବାସିବ ଓ ପ୍ରଶଂସା ମିଳିବ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ଡ଼ ପ୍ରମିଳା କୁମାରୀ ଦାସ ସ୍ବେଛାସେବୀ ମାନେ ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଦେଶ ପରିବର୍ତ୍ତନ ସମ୍ଭବ ହେବ ବୋଲି କହିଥିଲେ । ସ୍ବେଛାସେବୀ ମାନେ ଉତ୍ତମ ଚରିତ୍ର ହେବା ନିହାତି ଆବଶ୍ୟକ ବୋଲି ଅଧ୍ୟାପକ ଶୁଭମ୍ ବେହେରା ମତ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ସଙ୍ଗୀତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *