ଆର ଉଦୟଗିରି,୨୪/୦୯/୨୦୨୫(ଓଡ଼ିଶା ସମାଚାର)-କୃଷିବିଜ୍ଞାନ କେନ୍ଦ୍ର ଗଜପତି ରେ ଗୋପାଳନ ସମ୍ବନ୍ଧୀୟ ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଣୀସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମ ରେ ଏହି ତାଲିମ ରେ ଆର. ଉଦୟଗିରି ବ୍ଲକ ର ବିଭିନ୍ନ ଗ୍ରାମ ରୁ ୨୦ ଜଣ ଗୋପାଳକ ଭାଗ ନେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ତା ୧୬.୯.୨୦୨୫ରୁ ଆରମ୍ଭ ହୋଇ ତା୧୮.୦୯.୨୦୨୫ ରେ ସମାପ୍ତ ହୋଇଛି ।
ଜିଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କ ଊପସ୍ଥିତି ରେ କେନ୍ଦ୍ରର ଉଦ୍ୟାନ ବିଜ୍ଞାନି ଡ.ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହିତ କେନ୍ଦ୍ରର ମୁଖ୍ୟ ଓ ବରିଷ୍ଠ ବୈଜ୍ଞାନିକ ଡ.ସଂଗ୍ରାମ ପରମଗୁରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୋହନା, ଆର ଉଦୟଗିରି ଏବଂ ନୁଆ ଗଡ ବ୍ଲକର ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀ ମାନେ ଗୋପାଳନ ରେ ଗୃହ ପରିଚାଳନା , ଟୀକାକରଣ, ଖାଦ୍ୟ ପରିଚାଳନା, ରୋଗ ନିୟନ୍ତ୍ରଣ ବିଷୟରେ ତାଲିମ ପ୍ରଦାନ କରିଥିଲେ । ୩ ଦିନ ରେ ଭାଗ ନେଇ ଥିବା ଚାଷୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
