କଟକ ସଦର,୨୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତ୍ରିସ୍ତରୀୟ ପଞ୍ଚାୟତିରାଜ ଵ୍ୟଵ୍ୟସ୍ଥାର ହତ୍ୟା ପ୍ରତିବାଦରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମଙ୍ଗଳବାର ଦିନ ରାଜ୍ୟ ବିଜେଡ଼ି ପକ୍ଷରୁ ଵିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।

ପ୍ରଫୁଲ୍ଲଙ୍କ ଆହ୍ୱାନରେ ବିଜେଡ଼ି ନେତା ବିଳାସ ମଲ୍ଲିକ ଓ ସୁବୋଧ ବେହେରା ଙ୍କ ନେତୃତ୍ଵରେ କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡ଼ି କର୍ମୀ ଏଥିରେ ସାମିଲ ହୋଇଥିଲେ। ସେହିପରି କଟକ ସଦର ର ପୂର୍ବତନ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ଵରେ ସମର ବେହେରା, ରଜନୀକାନ୍ତ ସାହୁ, କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ଙ୍କ ନେତୃତ୍ଵରେ ଅନେକ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ। ହେଲେ ଏଭଳି ଏକ ଦଳୀୟ କାର୍ଯ୍ୟକ୍ରମରେ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଯୋଗ ନଦେବା ଏଵଂ କର୍ମୀମାନେ ଦିଗହରା ହୋଇ ପୃଥକ୍ ପୃଥକ୍ ଭାବେ ଯୋଗଦେବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
