ଆଇନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ବାଣପୁର, ୨୨/୦୯/୨୦୨୫(ଓଡ଼ିଶା ସମାଚାର)- ବାଣପୁରରେ ଖୁବ୍ ଉତ୍ସାହ ଓ ଉଦ୍ଧୀପନାର ସହିତ ଚାଲିଛି ଆରାଧ୍ୟ ଦେବୀ, ଆଦିଶକ୍ତି ମା’ ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ । ଏହି ଅବସରରେ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମା’ ଭଗବତୀଙ୍କୁ ଦର୍ଶନ କରିଥିଲେ । ଏହାପରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କୁ ଦର୍ଶନ କରିଥିଲେ ।

ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚିଲିକା ବିଧାନସଭା କ୍ଷେତ୍ର ସ୍ଥିତ ବଡ଼କୂଳ ଗ୍ରାମପଂଚାୟତ ଅନ୍ତର୍ଗତ ଗବପଦରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠ ଠାରେ ପଂଚାୟତସ୍ତରୀୟ ମହାସଂଘର ସଭାଗୃହର ଭିତିି ପ୍ରସ୍ତର ସ୍ଥାପନ ଓ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୬୮.୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାମନ୍ତସିଂହାରପୁର କାଲୁରୀ ଓ ଗଙ୍ଗାଧରପୁରଠାରୁ କୁମାଣ୍ଡୋଳପାଟଣା ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବଡ଼କୂଳ ପଂଚାୟତର ସରପଂଚ ପ୍ରହ୍ଲାଦ ବେହେରା, ୬ ନଂ ଜୋନର ପୂର୍ବତନ ଜିଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *