ସରପଞ୍ଚ ମାନଙ୍କର ତମାଖୁ ନିୟନ୍ତ୍ରଣ ତାଲିମ୍ କାର୍ଯ୍ୟକ୍ରମ

ଜଗତ୍ସିଂହପୁରର,୧୧/୯/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସଭାଗୃହରେ ୮ ଟି ବ୍ଲକର ୩୩ ଜଣ ଜଣ ଜଣ ସରପଞ୍ଚ ଓ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଙ୍କର ତମାଖୁ ନିୟନ୍ତ୍ରଣ ଜନିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ. ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ,ଦାନ୍ତ ବିଶେଷଜ୍ଞ ଡାକ୍ତର ଆଲଫା ମହାନ୍ତି,  Epidemiologist   ଡାକ୍ତର ସ୍ମୃତିରଞ୍ଜନ ପଣ୍ଡା ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ପ୍ରମୂଖ ଉପସ୍ଥିତ ରହି ତମାଖୁ ବ୍ୟବହାରର ଭୟIବହତା ଓ ସରକାରଙ୍କ  କୋଟପା ଆଇନୀ ବିଷୟରେ ଅବଗତ କରାଇଥିଲେ । ଗୋଷ୍ଠୀ ସ୍ତରରେ ସରପଞ୍ଚ ଙ୍କର ଭୂମିକା ଯାହାଦ୍ୱାରା ତମାଖୁ ମୁକ୍ତ ଗ୍ରାମ ହୋଇପାରିବ ଓ ଏଥି ଜନିତ ବିଭିନ୍ନ୍ ଅଣସଂକ୍ରାମକ ରୋଗ ଯଥା: ଉଚ ରକ୍ତଚାପ, ମଧୁମେୟ ଓ କର୍କଟ ଭଲି ମାରାତ୍ମକ ରୋଗ ଗୁଡିକର ପ୍ରତିରୋଧ ହୋଇପାରିବ,  ସେଥିପାଇଁ ଆମେ ସମସ୍ତେ ଏକାଠି ହୋଇ ଏ ଦିଗରେ କାମ କରିବା ଉଚିତ । ଆଜିର ଦିନରେ ତମାଖୁର ବ୍ୟବହାର ବହୁଳ ହେଉଛି, ତେଣୁ ସେସବୁ କୁ ନିୟନ୍ତ୍ରଣ କରିବା ନିମନ୍ତେ ବିଦ୍ୟାଳୟ, କଲେଜ ଇତ୍ୟାଦି ପରିସରରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ଚାଲିଛି, ଜିଲ୍ଲାରେ ମଧ୍ୟ ଏକ ତମାଖୁ ବିରତି କେନ୍ଦ୍ର ରହିଛି । ଯେଉଁମାନେ ଛାଡିବାକୁ ଚାହିଁବେ ଯୋଗାଯୋଗ କରିପାରିବେ ଏବଂ ପରାମର୍ଶ ନେଇପାରିବେ । ଉକ୍ତ କାର୍ଯ୍ୟକ୍ରମରେ. ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *