ଭକ୍ତି ଭାଵମୟ ଆଧ୍ୟାତ୍ମିକ ପରିବେଶରେ ସୋମପୁର ପଞ୍ଚାୟତରେ ଗଡିଲା ମହାପ୍ରଭୁଙ୍କ ଅର୍ପଣ ରଥ

କଟକ ସଦର , ୧୪/୦୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତରେ ଆଜି ରବିବାର ଦିନ ଭକ୍ତି ଭାଵମୟ ଆଧ୍ୟାତ୍ମିକ ପରିବେଶରେ ପୂର୍ବତନ ସରପଂଚ ରୂପକ କୁମାର ସ୍ୱାଇଁ ଓ ସରପଞ୍ଚ ପିତାମ୍ବର ଦାସଙ୍କ ନେତୃତ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ‌ ପରିକ୍ରମା କରିଛି। ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ସାମିଲ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ଵିଧାୟକଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା ଙ୍କ ସମେତ ପଞ୍ଚାୟତରୁ ଶକ୍ତି ପ୍ରସାଦ  ସ୍ୱ।ଇଁ,  ସମିତି ସଭ୍ୟା କୁନି ଭୋଇ, ଅଭୟ ସାହୁ, ରାଜେନ୍ଦ୍ର ଦାସ,ନଵ କିଶୋର ରାଉତ, ନାଗେଶ୍ଵର ମହାନ୍ତି,ସୟଦ ନୁର ଅଲ୍ଲୀ,ଇନ୍ଦୁଭୂଷଣ ବେହେରା, ନିରଞ୍ଜନ ବେହେରା,ଫିରଦୋଷ ହୁସେନ ପ୍ରମୁଖ ପରିଚାଳନାରେ ସହାୟତା ଯୋଗାଇଥିଲେ ।

Leave a Reply

Your email address will not be published. Required fields are marked *