ଜୁମ୍ବୋ ଫନ କ୍ୟାମ୍ପ –  ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପ୍ରତିଯୋଗିତାମୂଳକ ମନୋଭାବର ଆବଶ୍ୟକ

ନିରାକାରପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)- ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାକୁ ହେଲେ କିଛି ସ୍ଵତନ୍ତ୍ର ମଞ୍ଚର ଆବଶ୍ୟକ ରହିଛି।  ପ୍ରତି କାର୍ଯ୍ୟରେ ନିଜର ଆନ୍ତରିକତା ରହିଲେ ତାର ଶୀର୍ଷ ସ୍ଥାନରେ ପହଞ୍ଚିବା କିଛି ବଡ କଥା ନୁହେଁ। ସେହିପରି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପ୍ରତିଯୋଗିତାମୂଳକ ମନୋଭାବର ଆବଶ୍ୟକ ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରମାବିଲି ସ୍ଥିତ ରାମଚନ୍ଦ୍ର ବିଦ୍ୟାନିକେତନ ପରିସରରେ ଅନୁଷ୍ଠିତ ଜୁମ୍ବୋ ଫନ କ୍ୟାମ୍ପରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାମଚନ୍ଦ୍ର ବିଦ୍ୟା ନିକେତନ ହାଇସ୍କୁଲ, ୟୁଜିଏମି ସ୍କୁଲ ରମବିଲି, ସରପାରି ପଞ୍ଚାୟତ ହାଇସ୍କୁଲ, ଛଣଗିରି ହାଇସ୍କୁଲ, ଓଳସିଂହ ଦାଶରଥି ହାଇସ୍କୁଲ, ଅଚ୍ୟୁତପୁର ସ୍କୁଲ, ଟାଙ୍କୋଳ , ହଜ, ଗୟାବନ୍ଧ ସ୍କୁଲ ର ସମୁଦାୟ ୬୦୦ ଛାତ୍ରଛାତ୍ରୀ ଯୋଗଦେଇ ସାଧରଜ୍ଞାନ, ଓଡ଼ିଆ, ଇଂରାଜୀ ପ୍ରବନ୍ଧ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବଳରାମ ପାଇକରାୟ, ଶିକ୍ଷକ ଗୋଦାବରୀଶ ସାମନ୍ତସିଂହାର, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ନରେନ୍ଦ୍ର ପାଇକରାୟ, ନାରାୟଣ ପାତ୍ର, ସୁକାନ୍ତି ବିଶୋଇ, ଟୁଲୁ ମାଝୀ,ମିନତୀ ହରିଚନ୍ଦନ ଓ ମୁରଲୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିବିଡବ୍ଲୁ  କର୍ମକର୍ତ୍ତା ସୋମନାଥ ବରାଳ, ନିରଞ୍ଜନ ପଲ୍ଲେଇ ଓ ଦୀପକ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *