ମଣ୍ଡିରେ ପଡିଛି ଶହ ଶହ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ,  ଧାନକୁ ଜଗିଛି ଚାଷୀ  

ଜୁନାଗଡ଼ , ୧୪/୦୧/୨୦୨୪ (ଓଡ଼ିଶା ସମାଚାର /ରାକେଶବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ଏବେ ପଡି ରହିଥିବା ଦେଖିବାକୁ ମିଳିଛି । ଚଳିତ ଖରିଫ ଧାନ ଚାଷ ଚାଷୀ ମାନେ ଠିକ ସମୟରେ ଅମଳ କରିଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା । ଯାହା ଫଳରେ ଏବେ ମଣ୍ଡିରେ ଧାନ ଗଦା ହୋଇ ପଡିରହିଛି । ବିଶେଷ କରି ଦାସି ଗାଁ ମଣ୍ଡି ,ଚିଲକପୁର ,ଚିଲିଗୁଡ଼ା ,ରାଜପୁର ,ବଣି ଜରା ,ବୁଡି ଦର ଭଳି ଅନେକ ମଣ୍ଡିରେ ଧାନ ଗଦା ହୋଇ ପଡିରହିଛି । ମଣ୍ଡି ଗୁଡିକରେ ବୋରା ଚାଷୀଙ୍କୁ ଠିକ ସମୟରେ ନ ମିଳିବା ,ଧାନ ଗାଡି ଠିକ ସମୟରେ ନ ଆସିବା ଏଭଳି ଅନେକ ସମସ୍ୟା ମଣ୍ଡିରେ ଦେଖିବାକୁ ମିଲିଛି ।ଖୋଲା ଆକାଶ ତଳେ ଥିବା ମଣ୍ଡି ମାନଙ୍କରେ ଚାଷୀ ମାନେ ଶୀତ କାକରରେ ଧାନକୁ ଜଗି ରହିଛନ୍ତି । ଏପରିକି ଦାସି ଗାଁ ମଣ୍ଡିରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଚାଷୀ ମାନେ ରାସ୍ତା କଡରେ ଧାନକୁ ରଖିଛନ୍ତି । ରାସ୍ତା କଡରେ ହି ଚାଷୀ ମାନେ ରାତି ଦିନ ଜଗି ବସିଛନ୍ତି ।ଦାସି ଗାଁ ମଣ୍ଡିରେ ଧାନ ବହୁତ ଥିବାରୁ ଅଧିକାଂଶ ଚାଷୀ ଜାଗା ଅଭାବରୁ ଧାନକୁ ଘରେ ରଖିଛନ୍ତି । ଏପଟେ ଚାଷୀମାନେ କଟନୀ  ଛଟନୀ କୁ ବିରୋଧ କରୁଥିବା ବେଳେ ମନ ଇଛା କଟନୀ କରୁଛନ୍ତି ଯାହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଉଛି । ଚାଷୀ ମାନେ ଧାର କରଜ କରି ଧାନ ଚାଷ କରୁଥିବା ବେଳେ ତାହାର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ରବି ଧାନ ଚାଷ ପାଇଁ କେନାଲରେ ଗତ ୮ ତାରିଖ ଦିନ ପାଣି ଛଡା ଯାଇଥିବା ବେଳେ ଚାଷୀ ରବି ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଖରିଫ ଧାନ ଚାଷୀ ମଣ୍ଡିରେ ବିକ୍ରି କରି ପାରି ନାହିଁ । ଯାହା ଫଳରେ ଚାଷୀ ମାନେ ଏବେ ଚିନ୍ତାରେ ପଡ଼ି ଯାଇ ଛନ୍ତି । ଆଜି ପ୍ରତେକ ମଣ୍ଡିରେ ଧାନ ଓଜନ ହୋଇ ନ ଥିବା ଜଣା ପଡ଼ିଛି । ଚାଷୀ ମାନଙ୍କ କହିବା ଅନୁଯାୟୀ ଆଜି ମିଲରସ ମାନେ ମଣ୍ଡିରେ ଧାନ ଉଠlଣ ବନ୍ଧ ରଖି ଥିବା ନେଇ ଚାଷୀମାନେ ପ୍ରକାଶ କରିଥିଲେ । ଯାହା ଫଳରେ ମଣ୍ଡିରେ କୌଣସି ଅଧିକାରୀ ଓ କର୍ମଚାରୀ ର ଦେଖା ନ ଥିଲା । ବିଭିନ୍ନ ସମୟରେ ଚାଷୀ ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ନେତା ଙ୍କ ଏହି ଦୁରଦିନ ସମୟରେ ଦେଖl ନ ଯିବା ଚାଷୀ ଙ୍କୁ ବାଧୁ ଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *