ଘରପୋଡି ବିପନ୍ନ ପରିବାରକୁ ସହାୟତାର ହାତ ଵଢାଇଲା ଉତ୍କଳ ବିକାଶ ପରିଷଦ, ସରକାରୀ ସହାୟତା ଦାଵି

କଟକ ସଦର ,୧୪/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତହସିଲ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର-୨ ର ଥିବା ପ୍ରସିଦ୍ଧ ନାଗେଶ୍ଵର ଶିବ ମନ୍ଦିରର ପୂଜକ ଜଗନ୍ନାଥ ନାୟକଙ୍କ ଗତକାଲି ଶନିବାର ରାତିରେ ଦୁଇ ବଖରା ଚାଳଘର ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। ଖଵର ପାଇ ଆଜି ରବିବାର ଦିନ ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ପୀଡ଼ିତ ଜଗନ୍ନାଥଙ୍କ ପରିଵାରକୁ ଭେଟି ସହାୟତା ଯୋଗାଇ ଦେଵା ସହିତ ଅଧିକ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି। ଏହି ଅବସରରେ ଉକ୍ତ ଗ୍ରାମରେ ଦୀପ ତଳ ଅନ୍ଧାର ଭଳି ସରକାରଙ୍କ ପକ୍କା ଘର ଯୋଜନା ପ୍ରହସନ ପାଲଟି ଥିବା ଦେଖିବାକୁ ମିଳିଛି। ଥିଲା ଵାଲା ଲୋକେ ଚଞ୍ଚକତା କରି ଗୋଟାଏରୁ ଦୁଇଟା ପକ୍କା ଘର ହାତେଇ ନେଇଥିବା ଵେଳେ ଈଶ୍ୱର ନାୟକ, ରବିନ୍ଦ୍ର ନାଥ ନାୟକ, ବ୍ରଜବନ୍ଧୁ ନାୟକ, ପ୍ରଶାନ୍ତ କୁମାର ନାୟକ, ଜଗବନ୍ଧୁ ନାୟକ ପ୍ରଭୁତି ଠାକୁରଙ୍କ ପୂଜାରୀଙ୍କ ପାଇଁ ଏହା ସାତସପନ ହୋଇଛି। ସମସ୍ତେ ଝାଟିମାଟି ଚାଳଛପର ଘରେ ଏଵେ ବି ଜରିପାଲ ପକାଇ ରହୁଥିବା ଦେଖାଯାଇଛି। ଏପରି ଅବସ୍ଥା ଦେଖି ପ୍ରକାଶ ସେଠୀ କ୍ଷୋଭ ପ୍ରକାଶ କରିବା ସହିତ ଏହାର ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ଵୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *