କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ କାବୁ କଲେ ଅବକାରୀ ପୋଲିସ

ବାଲିଗୁଡ଼ା,୨୧/୦୯/୨୦୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ। ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେକଗେଟ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା।

ସନ୍ଧ୍ୟା ସମୟରେ ତିନି ଅଭିଯୁକ୍ତକୁ ବାଲିଗୁଡ଼ା କୋର୍ଟ ପରିସରରେ ବୋଲରୋ ଗାଡ଼ି ରୁ ଓହ୍ଲାଇବା ବେଳେ ସୁଯୋଗ ଉଣ୍ଡି ଅବକାରୀ ପୋଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମର ଇରା ମଲିକ ସ୍ଥାନୀୟ ଏଲଆଇସି କଲୋନୀ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଉଥିଲା। ଅବକାରୀ ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ। କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ଯୋଗୁଁ ବାଲିଗୁଡ଼ା ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି।

 

Leave a Reply

Your email address will not be published. Required fields are marked *