ଜିଲାପାଳଙ୍କ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନିଙ୍ଗ କ୍ୟାମ୍ପ

କେନ୍ଦ୍ରାପଡ଼ା,୨୧/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳ କେନ୍ଦ୍ରାପଡ଼ା ରଘୁରାମ.ଆର. ଆୟାରଙ୍କ ପରାମର୍ଶ କ୍ରମେ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାସ୍ତରୀୟ ବିଭିନ୍ନ ବିଭାଗର ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ପାଇଁ ଏକ ସ୍ୱତନ୍ତ୍ର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଭିନ୍ନ ବିଭାଗର ଅଧିକାରିଣୀ ଆସି ସେମାନଙ୍କର ବ୍ଲଡ଼ ସୁଗାର, ରକ୍ତଚାପ ଏବଂ ହେମୋଗ୍ଲୋବିନ ସ୍ତର ପରୀକ୍ଷା କରିଥିଲେ । ଉପସ୍ଥିତ କିଛି ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କର ପରୀକ୍ଷା କରାଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କ ସମେତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମମତା ମହାନ୍ତି ଓ ଏନଆଇସି ଡିଜିଏମ ଜ୍ଞାନରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ଗିରି ଉପସ୍ଥିତ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋରଞ୍ଜନ ରାଉତ, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚ୍ଚିଦାନନ୍ଦ ମିଶ୍ର ଓ ଡ଼ିପିଏମ ଡ଼. ମନୋରଞ୍ଜନ ସାହୁ ପ୍ରମୁଖ ତଦାରଖ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଓ ଆସିଷ୍ଟାଂଟ ମ୍ୟାନେଜର ସହରାଂଚଳ ସ୍ୱାସ୍ଥ୍ୟ ମିଶନ ମମତା ଦାଶ ପରିଚାଳନା କରିଥିଲେ । ଏହି ସ୍ୱାସ୍ଥ୍ୟ କ୍ୟାମ୍ପରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ ଶୁଭଶ୍ରୀ ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ, ନର୍ସିଙ୍ଗ ଅଫିସର, ପରାମର୍ଶପ୍ରଦାନକାରି ଓ ଆଶାକର୍ମୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଂଟ ମ୍ୟାନେଜେର ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନାରାଣୀ ନାୟକ, ଜିତେନ୍ଦ୍ର ଖଡ଼ିରତ୍ନ, ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିବା ସହିତ ସରକାରୀ ଏ.ଏନ.ଏମ. ତାଲିମ କେନ୍ଦ୍ରର ଦ୍ୱିତୀୟ ବର୍ଷର ଦଶଜଣ ଛାତ୍ରୀଙ୍କ ସହିତ ତାଙ୍କ ପ୍ରିନସିପାଲ ଭାରତୀ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *