କଟକ ୨୧/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ବାରଙ୍ଗ ବ୍ଲକ୍ ରେ ଏକ ଦିବସୀୟ ସ୍ଵଚ୍ଛତା ପ୍ରଶିକ୍ଷଣ ଶିବିର ପଞ୍ଚାୟତ ପ୍ରତିନିଧି,ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ ସଫେଇ ସାଥୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି ।
ସ୍ଵଛତା ହିଁ ସେବା କାର୍ୟ୍ୟକ୍ରମ ରେ ପଞ୍ଚାୟତ ପ୍ରତିନିଧି ,ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ ସ୍ଵଛତା ସାଥୀ ମାନଙ୍କର ଦାୟୀତ୍ବ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନ କରାଯାଇଥିଲା । ଥରେ ବ୍ୟବହୃତ ପ୍ଲାଷ୍ଟିକ ବୁ ବର୍ଜନ କରିବା, ନିୟମିତ ଶୌଚାଳୟ ବ୍ୟବହାର କରିବା, ଦ୍ୱିତୀୟ ମଳଖାତ ନିର୍ମାଣ, ଘର ରୁ ଘର ଆବର୍ଜନା ସଂଗ୍ରହ ଉପର ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ୟ୍ୟକ୍ରମ ଗ୍ରହଣ ପାଇଁ ଆଲୋଚନା କରାଯାଇଥିଲା ।
ଓଡିଏଫ ମଡେଲ ଗ୍ରାମ ଘୋଷଣା ହୋଇଥିବା ଗ୍ରାମକୁ ସ୍ୱଚ୍ଛ ସୁଜଳ ଗ୍ରାମ ଭାବରେ ଘୋଷଣା ଗ୍ରାମ ସଭା ରେ କରାଯିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରମଦାନ କାର୍ୟ୍ୟକ୍ରମ ମାଧ୍ୟମରେ ବ୍ଲକ ପରିସର ସଫେଇ କରାଯାଇଥିଲା । କାର୍ୟ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦଳେଇ, ବିଡିଓ ସ୍ୱାଗତ ଦାସ, ଅତିରିକ୍ତ ବିଡିଓ ବିଜୟ କେତନ ଚୌଧୁରୀ, ବ୍ଳକ ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଜ୍ଞା ପ୍ରଗତିକା ନନ୍ଦ, ସରପଞ୍ଚ, ସମିତି ସଭ୍ୟ,ପିଇଓ, ସ୍ୱଚ୍ଛତା କର୍ମୀ ଅଂଶ ଗ୍ରହଣ କରିଥିଲେ । କାର୍ୟ୍ୟକ୍ରମ କୁ ସ୍ଵଛ ଭାରତ ମିଶନ ବ୍ଲକ୍ ସଂଯୋଜକ ମହେନ୍ଦ୍ର ବେହେରା ପରିଚାଳନା କରିଥିଲେ ।
