ସମାଜସେବୀ ସତ୍ୟାନନ୍ଦ ମହାନ୍ତିଙ୍କ ପରଲୋକ ; ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ମାହାଙ୍ଗା, ୦୭/୧୧/୨୦୨୬(ଓଡ଼ିଶା ସମାଚାର / ଅଜୟ ମହାନ୍ତି ):ପୂର୍ବତନ ରେଳ ଡାକ ବିଭାଗର ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ମହାନ୍ତି  ୮୨ ବର୍ଷ ବୟସରେ ଗତ ୧ ତାରିଖ ରାତ୍ର ୧୧ଟା ୧୦ ମିନିଟରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ଵରପୁର ପଞ୍ଚାୟତ କାହ୍ନପୁର କରଣସାହି ବାସିନ୍ଦା ସ୍ଵର୍ଗତ ସତ୍ୟାନନ୍ଦ ମହାନ୍ତି ଜଣେ ପରୋପକାରୀ , ମିଷ୍ଟଭାଷୀ ଓ ଆଧ୍ୟାତ୍ମିକ ମନପ୍ରାଣର ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ। ପଶୁଲୁଣ୍ଡା ଗ୍ରାମରେ ପ୍ରତିଷ୍ଠିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟାନିକେତନ ଗଠନ ସମୟରେ ତାଙ୍କର ଆର୍ଥିକ ଓ ମାନସିକ ସ୍ତରରେ ଯେଉଁ ସାହାଯ୍ୟ ଓ ସହଯୋଗ ଥିଲା ତାହା ଅବିସ୍ମରଣୀୟ।

ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲ। ବଡ ପୁଅ  ସନ୍ତୋଷ କୁମାର ମହାନ୍ତି ମୁଖାଗ୍ନୀ ଦେଇଥିଲେ। ଭଣଜା କିଲୁ,ପୁତୁରା ରମୁ ଓ ଲୁଟୁ, ବଡ ଝିଅ ମାମି, ବଡ଼ ଜ୍ବାଇଁ ଚାନୁ, ସାନ ଝିଅ ଚେମି, ସାନ ଜ୍ବାଇଁ ବେଲୁ, ସାନପୁଅ ଅଶୋକ, ଦୁଇ ବୋହୂ କଣ୍ଡେଇ ଓ ଲକି, ନାତି ରୋହନ, ସୋନୁ,ମୁନୁ,ସାଇଦୀପ,ସ୍ନେହାଶିଷ ପ୍ରମୁଖଙ୍କ ସମେତ ବନ୍ଧୁବାନ୍ଧବ ଓ ଜ୍ଞାତୀ କୁଟୁମ୍ବ ଆଦି ଶେଷ ସମୟରେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କର ବିୟୋଗରେ କାହ୍ନପୁର ଗ୍ରାମ ତଥା ପାଖଆଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

       ଏହି ଦୁଃଖଦ ଖବର ପାଇ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଦିବ୍ୟଜିବନ ସଂଘ ପଶୁଲୁଣ୍ଡା ଶାଖାର ସଭାପତି ଗୋପୀନାଥ ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି,ପୂର୍ବତନ ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା, ପ୍ୟାରିମୋହନ ଯୁବ ପରିଷଦର ଉପଦେଷ୍ଟା ନବକିଶୋର ମହାନ୍ତି, ପୂର୍ବତନ ଶିକ୍ଷକ ସ୍ନେହାସ କୁମାର ମହାନ୍ତି, ପୂର୍ବତନ ପୋଲିସ ଅଧିକାରୀ କିଶୋର ମହାନ୍ତି, ମାନସ ମହାନ୍ତି, ଗିରିଶ ମହାନ୍ତି, ଦିବ୍ୟଜିବନ ସଂଘର ବ୍ରହ୍ମଚାରୀ ସ୍ବାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ଵତୀ, ସ୍ବାମୀ କ୍ରିଷ୍ଣଭକ୍ତାନନ୍ଦ ସରସ୍ଵତୀ, ପୂର୍ବତନ ଶିକ୍ଷକ ଦିବାକର ସ୍ୱାଇଁ, ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଆଡଭୋକଟେ ଦୀପକ କୁମାର ମହାନ୍ତି, ସରପଞ୍ଚ ସୁବାସ ଜେନା, ପୂର୍ବତନ ସରପଂଚ ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ, ଶ୍ରୀକୃଷ୍ଣପୂର ପଞ୍ଚାୟତ ସରପଞ୍ଚ ରାଜକିଶୋର ବଳ, ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତି, ମଣିବାବା ଟେଣ୍ଟ ହାଉସ ଓ ସାଉଣ୍ଡ ସିଷ୍ଟମର ପ୍ରୋପ୍ରାଇଟର ସତ୍ୟରଞ୍ଜନ ମହାନ୍ତି, ସାମ୍ବାଦିକ ପ୍ରଶାନ୍ତ ମିଶ୍ର, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଅଶୋକ ଦାସ୍, ସାମ୍ବାଦିକ ରମେଶ ସାହୁ,  ସାମ୍ବାଦିକ ବିକାଶ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ବୈକୁଣ୍ଠ ପ୍ରାପ୍ତିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *