ଜିଲ୍ଳାସ୍ତରୀୟ କୃମି ନାଶକ ଦିଵସ ଫେବ୍ରୁୟାରୀ ୨୦୨୫ ଶୁଭାରମ୍ଭ

ଜଗତସିଂହପୁର,୧୧/୦୨/୨୦୨୫ (ଓଡ଼ିଶା ସମାଚାର)- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜାତୀୟ କୃମିନାଶକ ଦିବସ ଫେବ୍ରୁୟାରୀ ରାଉଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶକ ଡାକ୍ତର ଶତ୍ରୁଘ୍ନ ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼ା ଶ୍ରୀ ଦାଶ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ତା ପରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରି ଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମହୋଦୟ ନିଜ ଅଭିଭାଷଣରେ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଆବଶ୍ୟକ, ସେଥିନିମନ୍ତେ ସଜାଗ ହେବାପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଓ କୃମି ନାଶକ ବଟିକା ସମସ୍ତେ ଖାଇବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ କୃମି ଦ୍ଵାରା ପିଲାମାନେ ଅପପୁଷ୍ଟି ଓ ରକ୍ତ ହୀନତାରେ ଆକ୍ରାନ୍ତ ହୋଇ କ୍ଲାନ୍ତ ଅନୁଭବ କରନ୍ତି, ପାଠ ପଢ଼ାରେ ମନ ଲାଗେନାହିଁ, ତେଣୁ ସମସ୍ତେ ୧ପ୧୯ ବର୍ଷ ବୟସର ପିଲାମାନେ କୃମି ନାଶକ ବଟିକା ଖାଇବା ଉଚିତ୍ କହିଥିଲେ । ଯେଉଁମାନେ ଫେବ୍ରୁଆରି ୧୦ ତାରିଖରେ କୌଣସି କାରଣରୁ ଖାଇ ପାରିବେନାହିଁ ଫେବ୍ରୁଆରି ୧୭ ତାରିଖରେ ମପ ଅପ ଦିଵସ ରେ ନିଶ୍ଚୟ ଖାଇବେ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଅନୁରୋଧ ସେମାନେ ସହଯୋଗ କରିବେ । କୃମି ନାଶକ ଦିବସରେ ୧ପ୧୯ ବର୍ଷର ପିଲା, ୨୦ପ୨୪ ବର୍ଷର ମହିଳା (ଗର୍ଭବତୀ ନଥିବେ ଓ ସ୍ତନ୍ୟପାନ କରାଉ ନଥିବା) ଏହି କୃମି ନାଶକ ବଟିକା ଖାଇବେ, ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ, ତେଣୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ ଏହି କାର୍ୟ୍ୟକ୍ରମରେ ସହଯୋଗ କରି ସଫଳ କରିବା ବୋଲି ସେ କହିଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଅଭିଭାଷଣରେ କୃମି ସଂକ୍ରମଣ ନ ହେବା ପାଇଁ ଖାଇବା ପୂର୍ବରୁ ହାତ ଧୋଇବା, ଶୌଚାଳୟ ବ୍ୟବହାର ପରେ ହାତକୁ ଭଲାଭାବେ ସାବୁନରେ ସଫା କରିବା ଓ ଚପଳ ବ୍ୟବହାର କରିବା । ପ୍ରଧାନ ଶିକ୍ଷକ ମିହିର କୁମାର ପାଲ ଅତିଥିଙ୍କ ସ୍ଵାଗତ କରିବା ସହ ଏହି କାର୍ୟ୍ୟକ୍ରମକୁ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ସଫଳ ଆୟୋଜନ କରି ଆସୁଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜ୍ୟଶ୍ରୀ ସାହୁ, ସହରାଞ୍ଚଳ ପ୍ରୋଗ୍ରାମ ମ୍ୟାନେଜର୍ ମନୋରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ସ୍ଵସ୍ତି ମହାନ୍ତି, ଅମିତା ପଣ୍ଡା, ସୋନିଆ ବୋଷ, ସୁଜାତା ପ୍ରିୟମ୍ବଦା ଦାଶ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡା, ମହିଳା ସ୍ୱାସ୍ଥ୍ୟ କର୍ମୀ ଦୀପ୍ତିମୟୀ ଷଡଙ୍ଗୀ,ଆଶା କର୍ମୀ , ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବିଜୟଲକ୍ଷ୍ମୀ ଦାସ, ସସ୍ମିତା ଶତପଥୀ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ଅନ୍ୟନ୍ୟ କର୍ମଚାରୀ ମ।ନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *