ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏଡସ୍ ଦିବସ ପାଳିତ – ” ସଚେତନତା ହିଁ ସୁରକ୍ଷା “

ଭୁବନ,୦୨/୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହ ପରିଣତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ,ସତର୍କତା ହିଁ ସୁରକ୍ଷା । କେବଳ ଅସୁରକ୍ଷିତ ଯୌନ ସଂପର୍କ ଯୋଗୁ ଏବେବି ବିଶ୍ୱରେ ୩ କୋଟି ରୋଗୀ ଏଡସ୍ ରେ ପୀଡ଼ିତ । ଯୁବ ଗୋଷ୍ଠୀ ସଚେତନତା ଜରିଆରେ ସମାଜ ରୁ ଏଡସ୍ କୁ ଦୂରେଇ ପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଯୁବ ରେଡକ୍ରସ,ଜାତୀୟ ସେବା ଯୋଜନା ର ସ୍ବେଛାସେବୀ ମାନଙ୍କ ସହ ଛାତ୍ରୀ ମାନେ କଲେଜ ରୁ ବାହାରି ସହର ପରିକ୍ରମା କରି ନିରାକରଣ ବାର୍ତ୍ତା ପ୍ରଚାର କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ରେଡକ୍ରସ ଅଧ୍ୟାପିକା ଅନୁପମା ମିଶ୍ର,ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ, ଡକ୍ଟର ନମିତା ଦାଶ,ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ପରିଚାଳନା କରିଥିଲେ । ମହିଳା ଜୁନିଅର ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ନମିତା ଦ୍ବିବେଦୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *