ସାଲେପୁର,୨୦/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) : କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ଜନ୍ମପୀଠରେ ଆଜି ଯୁବଲେଖକ ସୌମ୍ୟରଞ୍ଜନ ଭୂୟାଁଙ୍କ ଲିଖିତ ‘ସାହିତ୍ୟ ପ୍ରାଣ ସୁରେନ୍ଦ୍ର ମହାନ୍ତି’ ପୁସ୍ତକ ର ଶୁଭ ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ତଥା ସଂଗଠକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ରୂପେ ବିଶିଷ୍ଠ ଶିଶୁ ସାହିତ୍ୟିକ ଡ. ସୁନାମଣୀ ରାଉତ ଯୋଗଦେଇ ଓଡ଼ିଆ ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି ଏକ ଅବିସ୍ମରଣୀୟ ବ୍ୟତିତ୍ୱ ଭାବରେ ବେଶ ପରିଚିତ ବୋଲି କହିଥିଲେ।
ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଶଶଧର ପଣ୍ଡା ଯୋଗ ଦେଇ କହିଥିଲେଯେ, ଯୁବଲେଖକ ସାହିତ୍ୟକୁ ଆସିଲେ ହିଁ ସାହିତ୍ୟ ବଞ୍ଚିପାରିବ। ବରେଣ୍ୟ ଅତିଥିଭାବରେ ଯୋଗ ଦେଇଥିଲେ ଲୋକସେବା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସଂଗଠକ ହିମାଂଶୁ ମହାନ୍ତି। ତାଙ୍କ ବକ୍ତବ୍ୟରେ ସେ ସୁରେନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର
ଅସ୍ମିତା ପୁରୁଷ ବୋଲି କହିଥିଲେ। ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ଓଝା ଯୋଗଦେଇ ସୁରେନ୍ଦ୍ରଙ୍କ ସାହିତ୍ୟ କୃତି ବିଷୟରେ ଆଲୋକପାତ କରିଥିଲେ।
ଏହି ଲୋକାର୍ପଣ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟିକ ତଥା ପ୍ରକାଶକ ଚନ୍ଦ୍ରମଣି ଭୂୟାଁ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସାହିତ୍ୟିକ ତଥା ସାମ୍ୱାଦିକ ଜୟଦେବ ଲେଙ୍କା। ସାଇ ଯମୁନା ପ୍ରକାଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ଜଗନ୍ନାଥ ବସ୍ତିଆଙ୍କ “ଶିକ୍ଷକ ଗୌରବ ସମ୍ମାନ’ ଏବଂ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟିକ ତୁଷାରକାନ୍ତ ମହାନ୍ତିଙ୍କୁ “ସାଇଯମୁନା ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗଗନ ମିଶ୍ର, ଉଦୟ କେଶରୀ ବର୍ମା, ଜ୍ଞାନରଞ୍ଜନ ପଟ୍ଟନାୟକ, ପ୍ରଦୀପ ନନ୍ଦ, ସୁରେନ୍ଦ୍ର ମହାରଣା, ନିରୁପମା ସାମଲ, ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ପଣ୍ଡା, ବ୍ରହ୍ମାନନ୍ଦ ବିଶ୍ୱାଳ, ଶାରଦା ପଣ୍ଡା, ଅବତନ ଷଡ଼ଙ୍ଗୀ, ମନୋରଞ୍ଜନ ବେହେରା, ମୁରଲୀଧର ଶତପଥୀ, ଗଣେଶ୍ୱର ସ୍ୱାଇଁ, ସନ୍ଧ୍ୟା ଦେବୀ ପ୍ରମୁଖ ଯୋଗଦେଇଥିଲେ। ଏହାକୁ ସୁରେଶ କୁମାର ସ୍ୱାଇଁ, ଶୁକଦେବ ଭୋଇ, ରଜନୀକାନ୍ତ ଦାସ, ଉମେଶଚନ୍ଦ୍ର ସାହୁ, ପ୍ରବୀର ଦାସ, କବି ହରେକୃଷ୍ଣ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ।
