ଜୁନାଗଡ଼, ୨୫/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ନିକଟରେ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ୪୭ ନମ୍ବର ର୍ୟାଙ୍କ ରଖି ଜୁନାଗଡ଼ ସହରର ଲଲାଟେନ୍ଦୁ ଦଣ୍ଡସେନା ଏକ ମର୍ୟ୍ୟାଦାପୁର୍ଣ କୃତିତ୍ୱ ହାସଲ କରିଥିବା ରୁ ଜୁନାଗଡ଼ ଲଙ୍କେଶ୍ୱରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲଲଟେନ୍ଦୁଙ୍କ ନିଜ ବାସଭବନରେ କ୍ଲବର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ନଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କ୍ଲବ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।
ଜୁନାଗଡ଼ ସହରର ସୁପୁତ୍ର ତଥା ଲଙ୍କେଶ୍ୱରୀ ମାଟିର ସନ୍ତାନ ଲଲାଟେନ୍ଦୁଙ୍କ ଏହି କୃତିତ୍ୱ ପାଇଁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କୃତିତ୍ୱ ନେଇ ଆଗାମୀ ପିଢ଼ି ପ୍ରେରଣା ପାଇବା ସହ ସମାଜର ଉତ୍ଥାନ ହୋଇ ପାରିବ ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ।ଏହି ସଫଳତା ନେଇ ପିତା ଜଗନ୍ନାଥ ଦଣ୍ଡସେନା ,ମା ଶାନ୍ତିଲତା, ଭାଇ ଭଉଣୀ ,ସାଙ୍ଗ ସାଥି ଓ ଗୁରୁଜନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ରହିଛି ବୋଲି ଲାଲଟେନ୍ଦୁ ପ୍ରକାଶ କରିଥିଲେ। ଏଥିରେ କ୍ଲବ ସଭାପତି ସୁରେନ୍ଦ୍ର ସାହୁ, ସମ୍ପାଦକ ରାଜା ମହାଳିକ, ଶଙ୍ଖ ମହାଳିକ, ଲୋକେଶ ନାଏକ, ନରେନ୍ଦ୍ର କ୍ଷୀତି, ସଂଜୀବ କୁମାର, କୁନା ଦଣ୍ଡସେନା,ସୁବାସ ନାଏକ,ବାବୁଲି ଗହୀର, ଚିତ୍ର ମହାଳିକ,ଏବଂ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।
ଲଙ୍କେଶ୍ୱରୀ କ୍ଳବ ତରଫରୁ ସମ୍ବର୍ଦ୍ଧିତ ହେଲେ ଓଏଏସ ଲଲାଟେନ୍ଦୁ ।
