ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 ରାଉରକେଲା, ୩୦/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)-ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରିମସ୍ ଅଡିଟୋରିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ ଆଇଜିଏଚ୍ ର ମୁଖ୍ୟ ଚିକିତ୍ସାଧିକାରୀ ଡଃ ଜୟନ୍ତ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ସମ୍ବାଦ ରାଉରକେଲା ସଂସ୍କରଣ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର ଯୋଗ ଦେଇ ଥିଲେ । ସଭାପତି ରାମକୃଷ୍ଣ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକାରୀ ସଭାପତି ନଳୀନିକାନ୍ତ ଧର, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ମଂଚାସୀନ ରହିବା ସହ ବକ୍ତବ୍ୟ ରଖିଥିଲେ ।  ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ଓ ମଞ୍ଚ ସଞ୍ଚାଳନ କରିଥିଲେ ସୁବକ୍ତା, ସଂଯୋଜକ ତଥା ସମ୍ପାଦକ ବିଭୁ ପ୍ରସାଦ ନାୟକ । ମନ୍ତ୍ର ଓ ଶ୍ଳୋକ ପାଠ କରିଥିଲେ ସଂଗୀତ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ । କାର୍ଯ୍ୟକ୍ରମ ପରିଚାଳନାରେ  ସୁମନ୍ତ ଉପାଧ୍ୟାୟ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ତ୍ରିଲୋଚନ ମହାରଣା, ଶିବ ପ୍ରସାଦ ତ୍ରିପାଠୀ, କନକଲତା ମିଶ୍ର, ଅଭିମନ୍ୟୁ ବେହେରା, ସସ୍ମିତା ପ୍ରଧାନ, ବସନ୍ତ ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଜ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସହରର ୭ ଜଣ ବରିଷ୍ଠ ପ୍ରତିଭାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥି ସହିତ ପ୍ରତିଯୋଗିତାର ବିଚାରକ ୧୦ ଜଣ ଓ ୯ ଜଣ ଉଦୀୟମାନ ଯୁବ ପ୍ରତିଭାଙ୍କୁ ଫଳକ ଓ ପୁଷ୍ପଗୁଚ୍ଛ ସହିତ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୬୫ଜଣ କୃତି ପ୍ରତିଯୋଗୀଙ୍କୁ ଫଳକ ଉପହାର ପ୍ରଦାନ କରାଯାଇଥିଲା।  ଶେଷରେ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *