ମହିମାସେବା ଫାଉଣ୍ଡେସନର ଷଷ୍ଠ ସ୍ୱନକ୍ଷତ୍ର ଅନୁଷ୍ଠିତ

                                  ସମାଜସେବୀକା ସସ୍ମିତାଙ୍କୁ ସମ୍ବର୍ଦ୍ଧନା ସହିତ ଅସହାୟଙ୍କୁ ଖାଦ୍ୟ ବସ୍ତ୍ରବଣ୍ଟନ

ଭୁବନେଶ୍ୱର ୧୬/୦୯/୨୦୨୫ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ “ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ଷଷ୍ଠ ସ୍ୱନକ୍ଷତ୍ର ଦିବସ ଅନ୍ଧାରୁଆ ସ୍ଥିତ ପ୍ରବୁଦ୍ଧପାହାଡ଼  ଠାରେ ଥିବା ସତ୍ୟ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ଶୂନ୍ୟ ମହିମା ପ୍ରଭୁ ଙ୍କୁ ପ୍ରଦ୍ବୀପ ପ୍ରଜ୍ବଳନ ସହିତ ବିଶ୍ୱ ବାସୀଙ୍କ ମଙ୍ଗଳ କାମନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ନିଆରା ଭାବେ ପାଳିତ ହୋଇଥିଲା ।

ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଅଭିମନ୍ୟୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମହିମା ଧର୍ମାବଲମ୍ବୀ ସମାଜସେବୀ ପଦ୍ମ ଚରଣ ବେହେରା,ବରିଷ୍ଠ ସମାଜସେବୀ ସାଧୁ ଚରଣ ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି ଉପସ୍ଥିତ ରହିବା ସହ ଅସହାୟ ବ୍ୟକ୍ତି ବିଶେଷ ଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥିଲେ ।

ଫାଉଣ୍ଡେସନର ପରିଚାଳନା ନିର୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆ ଦୀର୍ଘ ପାଞ୍ଚବର୍ଷ ହେବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରକ୍ତଦାନ, ବୃକ୍ଷ ରୋପଣ, ଅସହାୟ ଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ସହିତ ଗରିବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ସହଯୋଗ ଉକ୍ତ ସଂଗଠନ କରି ଆସୁଛି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସାମାଜିକ କାର୍ଯ୍ୟ ପାଇଁ ସମାଜସେବୀ ସସ୍ମିତା ପାହାଡ଼ ସିଂ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡ଼ ନରୋତ୍ତମ ଦାସ ବିଶେଷ ସହଯୋଗ କରିଥିବା ବେଳେ ପ୍ରଜ୍ଞା, ହୃଦାନନ୍ଦ ସୁଶାନ୍ତ, ନିରୋଦଙ୍କ ସହିତ ଅନ୍ଧାରୁଆ ଗ୍ରାମ ବାସୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *