କଟକ ସଦର,୨୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):୧୨ କୋଟି ୪୨ ଲକ୍ଷ ଟଙ୍କା ଠକେଇ ମାମଲା ରେ ବିଜେଡ଼ି ନେତା ଦିଲିପ ନାୟକଙ୍କୁ ଆଜି ଶନିବାର ଦିନ ଅର୍ଥନୈତିକ ଅପରାଧ ଶାଖା (ଇଓଡଵ୍ଲ୍ୟ) ଗିରଫ କରିଥିବା ଜଣାପଡିଛି। ପ୍ରକାଶ ଯେ କଟକ ରାଣୀହାଟ ଅଞ୍ଚଳର ଜନୈକ ବିଜୟ ରାଉତଙ୍କ ଠାରୁ ଭୁବନେଶ୍ବର ପାଣ୍ଡରାରେ ଜମି ଦେବାକୁ କହି ଦିଲ୍ଲିପ ଟଙ୍କା ନେଇଥିଲେ।
ହେଲେ ଜମିକୁ ତାଙ୍କ ନାଁରେ ନକରି ନିଜ ନାମରେ ରେଜିଷ୍ଟ୍ରି କରିବା ପରେ ବିବାଦ ଉପୁଜିଥିଲା। ଜମି ନହେଲା ନାହିଁ ଟଙ୍କା ଫେରାଇବାକୁ ବିଜୟ ବାରମ୍ବାର ନିରାଶ ହେବାପରେ କଟକ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଇଓଡଵ୍ଲ୍ୟ ଦିଲିପ ଙ୍କ ଘରେ ଚଢାଉ କରି ତାଙ୍କୁ ଉଠାଇ ନେଇଥିଲା। ସୂଚନାଯୋଗ୍ୟ ଯେ ଗତ ୨୦୨୪ ସାଧାରଣ ନିର୍ବାଚନ କାକଟପୁର ରେ ବରିଷ୍ଠ ନେତା ସମୀର ଦାସ ଙ୍କୁ କାଟି ନବାଗତ ଦିଲିପ ଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ସିଏ ବର୍ତମାନର ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଠାରୁ ପରାସ୍ତ ହୋଇଥିଲେ।
