କଟକ,୨୦/୦୯/୨୦୨୫ (ଓଡ଼ିଶା ସମାଚାର)- ବାରବାଟି କଟକ ର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ସିଡିଏ ସେକ୍ଟର -୬ ସ୍ଥିତ ଶାରଦୀୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ କଟକ ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଚୈ।ଦ୍ଵାର – କଟକ ବିଧାୟ ସୈ।ଭିକ ବିଶ୍ଵାଳ, ବାରବାଟି -କଟକ ବିଧାୟିକା ସୋଫିଆ ଫିରଦୋସ , କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ,ସଂପାଦକ ଭିକାରୀ ଦାସ, କଟକ ମେୟର ସୁବାସ ସିଂ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂ, ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ କୁମାର ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ଗିରିବାଳା ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
କଟକ ସହର ଭାଇଚାରାର ସହର ହୋଇଥିବାରୁ ଦୂର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଶାରଦୀୟ ବନ୍ଧୁମିଳନ ରେ କଟକ ମହାନଗର ନିଗମ ଅଧିନରେ ଥିବା ସମସ୍ତ ପୂଜା କମିଟିର ସଭାପତି, ସଂପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
