କିଶନନଗର ହାଇସ୍କୁଲ ପରିସରରେ ନଳକୂପ ଖନନର ଶିଳାନ୍ୟାସ କଲେ ସରପଂଚ ସୁଜାତା ସେଠୀ 

କଟକ ସଦର,୧୯/୦୯/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଚିନ୍ତାମଣି ବିଦ୍ୟାପୀଠ ରେ ଆବଶ୍ୟକତା ଦୃଷ୍ଟିରୁ ଏଵଂ ପୁରାତନ ବିଦ୍ୟାର୍ଥୀ ପରିଷଦ ସଂପାଦକ ଇଂ ଦେବବ୍ରତ ପାତ୍ର ଙ୍କ ଆନ୍ତରିକ ଉଦ୍ୟମ ଫଳରେ ଆରଡଵ୍ଲ୍ୟୁଏସଏସ ବିଭାଗ ପକ୍ଷରୁ ୧ ଲକ୍ଷ ୩୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନଳକୂଅ ର ଶୁଭ ଶିଳାନ୍ୟାସ ଆଜି ଶୁକ୍ରବାର ଅପରାହ୍ନରେ ସରପଂଚ ସୁଜାତା ସେଠୀ କରିଥିବା ଜଣାଯାଇଛି।

ଏଥିରେ ଉତ୍କଳ ବିକାଶ ପରିଷଦ ର ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ତ୍ତିକ ସାହୁ ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ‌ ଅଭିଭାବକମାନେ ଯୋଗ ଦେଇଥିଲେ। ଏଥିପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ବିଦ୍ୟାର୍ଥୀ ପରିଷଦ ସଂପାଦକ ଇଂ ଦେବବ୍ରତ ପାତ୍ର କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *