ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଘାଟିତ

ଭୁବନ ୧୯/୦୯/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ମଠ ଆଦିତ୍ୟ ବାହିନୀ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିର କୁ ଉଦଘାଟନ କରିଥିଲେ ।

ରାଜନୀତି ବିଜ୍ଞାନର ଅଧ୍ୟାପିକା ଡଃ ମମତା ପାତ୍ର ଜାତୀୟ ସେବା ଯୋଜନାର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସହିତ ସପ୍ତାହ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନ,ନିଶା ନିବାରଣ ସଚେତନତା ସୃଷ୍ଟି କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷା ସୂପ୍ତିମୟୀ ସେନ ସେବା ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ସମାଜ ସେବୀ ସଞ୍ଜୀବ ପୃଷ୍ଟି ଯୋଗଦେଇଥିଲେ । ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ସଙ୍ଗୀତ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *