ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

 ଜୁନାଗଡ଼,୨୨/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାନ୍ଧୋପଲା ସ୍ଥିତ ବିକାଶ ୱିସଡମ୍ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ରାମ କୁମାର ଓ ଡ଼ି.ଶ୍ୟାମ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏକାଡେମିକ ଇନ୍ ଚାର୍ଜ ଡ଼ି.ବିଜୟା,ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାଏକ,ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ ଓ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍ ଗତ ୩ ଦିନ ଧରି ଚାଲିଥିଲା । କଲେଜର ସମସ୍ତ ୬ ଟି ବିଭାଗରେ ଏହି ଖେଳ ଅନୁଷ୍ଠିତ ହୋଇଥିବାବେଳେ ବିକାଶ ରୟାଲ୍ ରେଞ୍ଜର୍ଷ ଏବଂ ବିକାଶ ସୁପର ଷ୍ଟ୍ରାଇକର୍ସ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଖେଳରେ ବିକାଶ ରୟାଲ୍ ରେଞ୍ଜର୍ଷ ବିଜୟ ଲାଭ କରିଥିବାବେଳେ ବିକାଶ ସୁପର ଷ୍ଟ୍ରାଇକର୍ସ ରନର୍ସ ଅପ୍ ହୋଇଥିଲା ବିକାଶ ସୁପର ଷ୍ଟ୍ରାଇକର୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ବିକାଶ ରୟାଲ୍ ରେଞ୍ଜର୍ଷ ଟିମ କୁ ୫ ୱିକେଟ ରେ ୧୨୧ ରନ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟକୁ ପିଛା କରି ବିକାଶ ରୟାଲ୍ ରେଞ୍ଜର୍ଷ ଟିମ ୮ ୱିକେଟ ରେ ୧୨୫ ରନ କରିଥିଲେ। ବିଜେତା ଦଳର ଚନଯୋତ ସିଂହ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇ ଥିବା ବେଳେ ବିକାଶ ସୁପର ଷ୍ଟ୍ରାଇକର୍ସ ର ଆୟୁଷ ପଣ୍ଡା ୫୪ ରନ କରି ୧ ୱିକେଟ  ହାସଲ କରିଥିଲେ।ଅମନ ଖାନ ବେଷ୍ଟ ପ୍ଲେୟାର ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଠାରେ ବିଜେତା ଦଳର ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ଅନୁରାଗ ମୁଣ୍ଡ ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଏବଂ ବେଷ୍ଟ ବୋଲର୍ସ ଭାବରେ ଆଶୁତୋଷ ରାଜପୁତଙ୍କୁ ପୁରସ୍କାର ପ୍ରଧାନ କରାଯାଇଥିଲା ।ବିକାଶ ସୁପର ଷ୍ଟ୍ରାଇକର୍ସ ର ଅଙ୍କୁଶ ବିଶିକୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା ।ଦୁଇ ଟିମକୁ  ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ରାମ କୁମାର ଓ ଡ଼ି.ଶ୍ୟାମ ଟ୍ରଫି ଉପହାର ଦେଇ ପୁରସ୍କୃତ କରିଥିବାବେଳେ ଏକାଡେମିକ ଇନ୍ ଚାର୍ଜ ଡ଼ି.ବିଜୟା ,ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାଏକ,କ୍ରୀଡ଼ା ଶିକ୍ଷକ ମନୋଜ ବିଶ୍ଵାଳ,ବସନ୍ତ ସିଂହ ରାଠୋର,ମହେଶ ତ୍ରିପାଠୀ ସବୁ ଉପସ୍ଥିତ ଥିଲେ ।ବିକାଶ ରୟାଲ୍ ରେଞ୍ଜର୍ଷ ର ଅମନ୍, ଅନୁରାଗ, ବିବେକ, ରଜତ, ଅଙ୍କିତ, ଷ୍ଟିଭ, ଚନଯୋତ, ରଣବୀର, ବ୍ରଜେଶ, ଅଭୟ, ଆୟୁଷ, ସ୍ଵସ୍ତିକ ଏବଂ ବିକାଶ ସୁପର ଷ୍ଟ୍ରାଇକର୍ସ ର ଆଶୁତୋଷ, ଆୟୁଷପଣ୍ଡା, ଅଙ୍କୁଶ, ଅଭିଷେକ, ସୋମୁ, ସଂକେତ, ବିଶ୍ୱଜିତ୍, କମଲେଶ, ଆଦିତ୍ୟ, ସୁଭାସିସ,ଅଭିଷେକ ପଣ୍ଡା ପ୍ରମୁଖ ଖେଲାଡ଼ି ମାନେ ଉପସ୍ଥିତ ଥିଲେ । ଜ୍ଞାନ ରଞ୍ଜନ ମିଶ୍ର ଖେଳ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *