କଟକ ସଦର,୨୭/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ସାଧାରଣ ନିର୍ବାଚନରେ କଟକ ସଦର ସଂରକ୍ଷିତ ଆସନଟି ବିଜେପି ସପକ୍ଷରେ ଯାଇଥିବା ବେଳେ ସାତ ମାସ ହେଲା ବିଜେପି ର ଗୋଷ୍ଠୀ ବିବାଦ ହାଟରେ ପଡି ଦାଣ୍ଡରେ ଗଡଗଡଉଛି। ଏହି ପରିପ୍ରେକ୍ଷୀରେ ପ୍ରକୃତ ବିଜେପି କର୍ମୀଙ୍କୁ ଅଣଦେଖା ଓ କୋଣଠେସା କରାଯାଉଥିବା ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲିପ ମଲ୍ଲିକ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅଭିଯୋଗ କରିଥିଲେ।
ହେଲେ ବିଜେପି କର୍ମୀ ମାନଙ୍କୁ କୋଣଠେସା କରାଯାଇଛି ନାଁ ସେମାନେ ନିଜ ଆଡୁ କୋଣଠେସା ହୋଇଯାଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଵେ କେତେକ ଆଗଧାଡିର ବିଜେପି କାର୍ଯ୍ୟକର୍ତ୍ତା କେବଳ ନିଜର ଆତ୍ମ ସମ୍ମାନ ବଜାୟ ରଖିବାକୁ ଅନିଚ୍ଛାକୃତ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି। ଏହି ସୁଯୋଗରେ ମାହାଙ୍ଗା ର ବିଜେପି ବ୍ରାଣ୍ଡ ସ୍ୱ।ଧିନ ବିଧାୟକ ବୁଲୁ ଓରଫ ଶାରଦା ପ୍ରଧାନ କଟକ ସଦର ର କାଳିଆ ଓରଫ ପ୍ରକାଶ ସେଠୀ ଙ୍କ କଟକ ସଦର ଗଡରେ ଅବାଧ ପ୍ରଵେଶ କୁ ନେଇ ଚର୍ଚ୍ଚା ଜୋର ଧରିଛି।
ନିକଟରେ ଅଦିନିଆ ବନ୍ଧୁ ମିଳନ ଆଳରେ ସଦର ନିର୍ବାଚନମଣ୍ଡଳୀର ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ରେ ଵୁଲୁ ଏକ ଜୋରଦାର କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ କଟକ ସଦରର ବହୁ ଅସନ୍ତୁଷ୍ଟ ବିଜେପି କର୍ମୀ ସାମିଲ ହୋଇଥିଲେ।
ଏହାର ଗୋଟିଏ ଦିନ ପରେ ଶାରଦା ପୁଣି ଶିବରାତ୍ରି ଦିନ ପରମହଂସ ମନ୍ଦିର କୁ ଆସି ଭବ୍ୟ ସମ୍ବର୍ଦ୍ଧିତ ହେବା ପ୍ରକାଶ ଙ୍କ ଶିବିରକୁ ଚମକାୟୀ ଦେଇଛି। ହେଲେ କଟକ ସଦର ରେ ଆଗକୁ ବିଜେପି ର ରୋଚକ ଗୋଷ୍ଠୀ ବିବାଦ ଥମୁଛି ନାଁ ବଢୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।
