କିଶନନଗର କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା’ ଉଦଘାଟିତ

କଟକ ସଦର , ୨୧/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ପକ୍ଷରୁ ପ୍ରତ୍ୟେକ କଲେଜରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସମନ୍ୱିତ ଯୁବ ବିକାଶ ଦକ୍ଷତା ବୃଦ୍ଧିପାଇଁ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା'(ନୂଆ-ଓ) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମାଣବସା ଗୁରୁବାର ପୂର୍ବାହ୍ନରେ କିଶନନଗର କଲେଜରେ ଏହି କାର୍ଯ୍ୟକ୍ରମକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ପୈ।ରୋହିତ୍ୟ ଓ ନୋଡାଲ ଅଫିସର ଡ଼ଃ ଅନାଦି ଚରଣ ବରାଳଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚନ୍ଦ୍ର ସାରଥି ଯୋଗ ଦେଇ ସରକାରଙ୍କ ଏହି ଯୁଵାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏହି କଲେଜର ବରିଷ୍ଠ ପ୍ରାଧ୍ୟାପକ, ଉତ୍ସବ କମିଟିର ଅଧ୍ୟକ୍ଷ ତଥା କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଶାରଦା ପ୍ରଶନ୍ନ ମ‌ହାପାତ୍ର ଓ ଏହି କଲେଜର ପୂର୍ବତନ ଅଧ୍ୟକ୍ଷ ଅଜିତ କୁମାର ମୁଖାର୍ଜୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ ବିନୟ ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଉତ୍ସବ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରେମାନନ୍ଦ ମୁଦୁଲି, ଅଧ୍ୟାପକ ଭାବଗ୍ରାହୀ ବିଶୋଇ, ଅଧ୍ୟାପକ ତପନ କୁମାର ବିଶ୍ଵାଳ, ଅଧ୍ୟାପକ ଅଜୟ କୁମାର ରାଉତ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *