ଭୁବନ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ଭୁବନ ୧୬/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ( ମିନି ଷ୍ଟାଡିୟମ ) ଠାରେ ୭୯ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ।

ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀଯୁକ୍ତ ଜେନା କହିଥିଲେ ଯେ, ସରକାର ଶିକ୍ଷା ଏବଂ ଦେଶ

ତଥା ରାଜ୍ୟର ବିକାଶ ଦିଗରେ ବେଶ୍ ପ୍ରଯତ୍ନ ରହିଛନ୍ତି । ବିକଶିତ ଓଡ଼ିଶା ନିମନ୍ତେ ଶିକ୍ଷା ଓ କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇଥିଲେ । କୃତି ପ୍ରତିଯୋଗୀ ,ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ସମାଜସେବୀ ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ବିଜୁ ପଟ୍ଟନାୟକ ଖେଳ ଭବନର ଭାରୋତ୍ତଳନ ବିଭାଗର ୯ ଜଣ ଛାତ୍ରୀ ଙ୍କୁ ୧୧ ତି ରୌପ୍ୟ ଓ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା ।

 ଅନୁରୂପ ଭାବେ ଏନ୍ ଏ ସି କାର୍ଯ୍ୟାଳୟରେ ସମସ୍ତ କାଉନସିଲର , କର୍ମଚାରୀ ,ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ପରିମଳ କର୍ମଚାରୀ ଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ସ୍ୱଚ୍ଛ ଭୁବନ,ସୁନ୍ଦର ଭୁବନ ଗଢ଼ିବା ସକାଶେ ସମସ୍ତଙ୍କୁ ଶପଥ କରାଇ ଥିଲେ ।

Leave a Reply

Your email address will not be published. Required fields are marked *